ସରିଲା ରୋଜଭ୍ୟାଲି ମୁଖ୍ୟଙ୍କ ରିମାଣ୍ଡ ଅବଧି : ସ୍ୱତନ୍ତ୍ର ଚିଟଫଣ୍ଡ କୋର୍ଟରେ ହାଜର ପରେ ବାଲେଶ୍ୱର ଜେଲ ଗଲେ ଗୌତମ କୁଣ୍ଡୁ

34

କନକ ବ୍ୟୁରୋ : ରୋଜଭ୍ୟାଲି ଚିଟଫଣ୍ଡ ମାମଲାରେ କମ୍ପାନୀ ମୁଖ୍ୟ ଗୌତମ କୁଣ୍ଡୁଙ୍କ ୪ ଦିନିଆ ରିମାଣ୍ଡ ଅବଧି ଆଜି ଶେଷ ହୋଇଛି । କୁଣ୍ଡୁଙ୍କୁ ଆଜି ସ୍ୱତନ୍ତ୍ର ଚିଟଫଣ୍ଡ ଅଦାଲତରେ ହାଜର କରାଯିବା ପରେ ବାଲେଶ୍ୱର ଜେଲକୁ ପଠାଇଦିଆଯାଇଛି ।

କ୍ରାଇମବ୍ରାଂଚ ଇଓଡବ୍ଲୁ କୁଣ୍ଡୁଙ୍କର ପାଂଚଦିନିଆ ରିମାଣ୍ଡ ଆବେଦନ କରିଥିଲେ ବି ସ୍ୱତନ୍ତ୍ର କୋର୍ଟ ୪ ଦିନି ରିମାଣ୍ଡ ପାଇଁ ଅନୁମତି ଦେଇଥିଲେ । ରୋଜଭ୍ୟାଲି ନାଁରେ ୧୭ ହଜାର କୋଟି ଟଙ୍କାର ଠକେଇ ଅଭିଯୋଗ ହୋଇଛି । କେବଳ ଓଡିଶାରୁ ଏହି କମ୍ପାନୀ ୪୫୦ କୋଟି ଠକିଥିବା ଅଭିଯୋଗ ହୋଇଛି । ମନି ଲଣ୍ଡରିଙ୍ଗ ଆକ୍ଟ ଓ ଅପରାଧିକ ମାମଲାରେ କମ୍ପାନୀ ମୁଖ୍ୟ ଗୌତମ କୁଣ୍ଡଙ୍କୁ ପ୍ରବର୍ତନ ନିର୍ଦ୍ଦେଶାଳୟ ମାର୍ଚ ୨୦୧୫ରେ ଗିରଫ କରିଥିଲା । ପରେ ତାଙ୍କୁ ପଚରାଉଚରା ପାଇଁ ଓଡିଶା ଅଣାଯାଇଥିଲା ।

ଦେଖନ୍ତୁ ଏହି ଭିଡିଓ –