ଦ୍ରୌପଦୀଙ୍କୁ ରାଜ୍ୟସଭା ଟିକେଟ୍ ! ନବଜୋତ୍ ସିଂ ସିଦ୍ଧୁଙ୍କ ସ୍ଥାନରେ ରୂପା ଗାଙ୍ଗୁଲିଙ୍କୁ ରାଜ୍ୟ ସଭା ପଠାଇଲା ବିଜେପି

26

କନକ ବ୍ୟୁରୋ : ରାଜ୍ୟସଭାକୁ ଯିବେ ଲୋକପ୍ରିୟ ଧାରାବାହିକ ମହାଭାରତର ଦ୍ରୌପଦୀ ତଥା ଅଭିନେତ୍ରୀ ରୁପା ଗାଙ୍ଗୁଲି । ବିଜେପି ପକ୍ଷରୁ ରାଜ୍ୟସଭାକୁ ଯିବା ପାଇଁ ରୁପାଙ୍କୁ ମନୋନୀତ କରାଯାଇଛି । କ୍ରିକେଟର ନବଜୋତ୍ ସିଂ ସିଦ୍ଧୁଙ୍କ ସ୍ଥାନରେ ରାଜ୍ୟସଭାକୁ ଯିବେ ରୁପା ।

ସିଦ୍ଧୁ ରାଜ୍ୟ ସଭାରୁ ଇସ୍ତଫା ଦେବା ପରେ ଉଚ୍ଚସଦନର ଏହି ସିଟଟି ଶୂନ୍ୟ ପଡିଥିଲା । ରୁପା ଗାଙ୍ଗୁଲି ଅପ୍ରେଲ ମାସରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିଥିଲେ । କିନ୍ତୁ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ତଥା କ୍ରିକେଟର ଲକ୍ଷ୍ମୀ ରତନ ଶୁକ୍ଳାଙ୍କଠାରୁ ପରାସ୍ତ ହୋଇଥିଲେ । ରୁପା ଗତ ବର୍ଷ ବିଜେପିରେ ଯୋଗ ଦେଇଥିଲେ ।

ସଂସଦରେ ରୁପା ଗାଙ୍ଗୁଲି ଆକ୍ଟର ରେଖା ଓ ସୁରେଶ ଗୋପିଙ୍କ ସହ ରାଜ୍ୟ ସଭାରେ ନୂଆ ସଦସ୍ୟ ଭାବେ ସାମିଲ ହେବେ । କେରଳର ଆକ୍ଟର ସୁରେଶ ଗୋପି ଅପ୍ରେଲ ମାସରେ ନବଜୋତ ସିଂ ସିଦ୍ଦୁଙ୍କ ସହ ରାଜ୍ୟସଭାକୁ ମନୋନୀତ ହୋଇଥିଲେ।