ରୋମାଂଟିକ୍ ମୁଡରେ ଇଲିୟାନା : ବୟଫ୍ରେଣ୍ଡଙ୍କ ସହ ରୋମାନ୍ସର ଭିଡିଓ କଲେ ସେୟାର୍

44

ସାଧାରଣତଃ ବଲିଉଡ୍ ସେଲିବ୍ରିଟି ମାନେ ସେମାନଙ୍କ ବ୍ୟକ୍ତିଗତ ଜୀବନ ଫ୍ୟାନ୍ ମାନଙ୍କ ସହ ସେୟାର୍ କରି ନଥାନ୍ତି । କିନ୍ତୁ ଅଭିନେତ୍ରୀ ଇଲିୟାନା ଡି କ୍ରୁସ୍ ନିଜ ବୟଫ୍ରେଣ୍ଡଙ୍କ ସହ ଏକ ରୋମାଂଟିକ୍ ଭିଡିଓ ଇନଷ୍ଟାଗ୍ରାମରେ ସେୟାର୍ କରିଛନ୍ତି । ଭିଡିଓରେ ଉଭୟଙ୍କୁ କାଫି ରୋମାଂଟିକ୍ ମୁଡରେ ଦେଖିବାକୁ ମିଳିଛି ।

ଇଲିୟାନାଙ୍କ ଅଷ୍ଟ୍ରେଲିଆନ୍ ବୟଫ୍ରେଣ୍ଡ ଆଣ୍ଡ୍ରିୟୁ ଜଣେ ଫଟୋଗ୍ରାଫର୍ । ଶୁଣିବାକୁ ମଳିଛି ଯେ ଉଭୟ ଗତବର୍ଷ ଡିସେମ୍ବରରେ ବାହା ହୋଇ ସାରିଛନ୍ତି । ହେଲେ ଏନେଇ ଇଲିୟାନା ଏଯାଏଁ ମୁହଁ ଖୋଲି ନାହାଁନ୍ତି ।

ନିକଟରେ ଇଲିୟାନା ନିଜର ବିକିନି ପିନ୍ଧା ଭିଡିଓ ସେୟାର୍ କରିଥିଲେ । ଆଉ ଏବେ ବୟଫ୍ରେଣ୍ଡଙ୍କ ସହ ରୋମାନ୍ସର ଭିଡିଓ ଭିଡିଓ । ଯାହାକୁ ଦେଖିଲେ ଜଣା ପଡୁଛି ସୋସିଆଲ୍ ମିଡିଆରେ କେମିତି ନିଜ ଉପସ୍ଥିତି ଜାହିର୍ କରାଯାଏ ସେକଥା ଇଲିୟାନାଙ୍କୁ ଭଲ ଭାବରେ ଜଣା ।

ଇଲିୟାନାଙ୍କ ରୋମାଂଟିକ୍ ଅବତାର ଦେଖନ୍ତୁ ଏହି ଭିଡିଓରେ