ଏଠାକାର ପ୍ରତ୍ୟେକ ଲୋକଙ୍କ ଏକରୁ ଅଧିକ ଅଛନ୍ତି ପତ୍ନୀ, ଏହା ପଛରେ ରହିଛି ଏକ ବିଶେଷ ମାନ୍ୟତା । ଜାଣନ୍ତୁ କ’ଣ ?

ପ୍ରତ୍ୟେକ ଲୋକଙ୍କ ଏକରୁ ଅଧିକ ପତ୍ନୀ ଅଛନ୍ତି । ଏହି ପାହାଡ ଭିତରେ ପାଖାପାଖି ୧୫ଟି ପରିବାର ରହନ୍ତି ।

177

ପଶ୍ଚିମୀ ଆମେରିକାର ଏକ ରାଜ୍ୟ ୟୁଟା । କିଛି ଜିନିଷରେ ଏହି ରାଜ୍ୟ ବହୁତ ବିଶେଷ । ଏଠି ଅବସ୍ଥିତ ଥିବା ସମସ୍ତ ପାହାଡଗୁଡିକ ମଧ୍ୟରେ ଏମିତି ଏକ ପାହାଡ ଅଛି, ଯେଉଁଠି ପାଖାପାଖି ୧୦୦ରୁ ଅଧିକ ଲୋକ ବସବାସ କରନ୍ତି । ଏହି ଲୋକମାନେ ନା ଆଦିବାସୀ ନା ପ୍ରବାସୀ । ତଥାପି ବି ଏକ ବିଶେଷ ମାନ୍ୟତା ଯୋଗୁଁ ତାଙ୍କର ଭିନ୍ନ ସମୁଦାୟ କରିନେଇଛନ୍ତି । ଏହି ସମସ୍ତ ଲୋକ ଏକ କଟରପନ୍ଥୀ ମୋରମନଙ୍କୁ ମାନନ୍ତି । ଯେଉଁଠି ପ୍ରତ୍ୟେକ ଲୋକଙ୍କ ଏକରୁ ଅଧିକ ପତ୍ନୀ ଅଛନ୍ତି । ଏହି ପାହାଡ ଭିତରେ ପାଖାପାଖି ୧୫ଟି ପରିବାର ରହନ୍ତି । ଯେଉଁମାନେ ମାନନ୍ତି କି ଏକରୁ ଅଧିକ ପତ୍ନୀ ଥିଲେ ମରିବା ପରେ ସ୍ୱର୍ଗର ଦ୍ୱାର ଖୋଲେ । ଏହି ପାହାଡକୁ ରକଲ୍ୟାଣ୍ଡ ରେଂଚ କୁହାଯାଏ । 

ରକଲ୍ୟାଣ୍ଡ ରେଂଚରେ ରହୁଥିବା ମୋରମନ୍ ଲୋକ ୧୯୭୦ ଦଶକରେ ଏଠିକି ଆସିଥିଲେ । ଏହି ପ୍ରଥାର ଆରମ୍ଭ ବବ୍ ଫଷ୍ଟର କରିଥିଲେ । ଫଷ୍ଟର ଜଣେ ଅଧ୍ୟାପକ ଥିଲେ । ଯାହାଙ୍କ ୩ ପତ୍ନୀ ଓ ୩୮ ଜଣ ପିଲା ଥିଲେ । ବହୁବିବାହ କରିଥିବାରୁ ବବ୍ ଫଷ୍ଟରଙ୍କୁ ଜେଲ୍ ହୋଇଥିଲା । ସେ ଯେତେବେଳେ ଜେଲ୍ ରୁ ବାହାରିଲେ, ସେ ନିଜର ଏକ ସମୁଦାୟ ବନାଇଲେ । ନିଜ ପତ୍ନୀଙ୍କ ସହ ସେ ରକଲ୍ୟାଣ୍ଡ ରେଂଚରେ ରହିଲେ । ତାଙ୍କ ଚିନ୍ତାଧାରା ସହିତ ସହମତି ରଖୁଥିବା କିଛି ଇସାଇ କଟରପନ୍ଥୀ ବି ତାଙ୍କ ସହିତ ସେଇଠି ରହିବାକୁ ଲାଗିଲେ । ଧିରେ ଧିରେ ଏହା ବଡ ପରିବାର ବନିଗଲା । ଆମେରିକାର ବହୁବିବାହର ମାନ୍ୟତା ନାହିଁ । ଏହି କାରଣରୁ ବବ୍ ଫଷ୍ଟରଙ୍କୁ ଜେଲରେ ବନ୍ଦ କରିଦିଆଯାଇଥିଲା ।