କମିଶନରେଟ୍ ପୁଲିସ ପକ୍ଷରୁ ଆୟୋଜିତ ହୋଇଛି ରୋଡ-ରନ୍ କାର୍ଯ୍ୟକ୍ରମ

32

କନକ ବ୍ୟୁରୋ : କମିଶନରେଟ୍ ପୁଲିସ ପକ୍ଷରୁ ଆୟୋଜନ କରାଯାଇଛି ରୋଡ-ରନ୍ କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମର ଥିମ ରଖାଯାଇଥିଲା ରନ୍ ଏଗନେଷ୍ଟ ଡ୍ରଗ୍ସ । ଗତ ୯ ତାରିଖରେ ରେଜିଂ ଡେକୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀ ଉଦଘାଟନ କରିଥିଲେ ।

୧୦ ତାରିଖରେ ଭୁବନେଶ୍ୱର ଓଏସଏପି ସପ୍ତମ ବାଟାଲିୟନ୍ ଗ୍ରାଉଣ୍ଡରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସପ୍ତାହେ ବ୍ୟାପି ଚାଲିଥିବା ଏହି କାର୍ଯ୍ୟକ୍ରମରେ କମିଶନରେଟ୍ ପୁଲିସ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା ।