ବିଜେପୁର ଉପନିର୍ବାଚନ ପାଇଁ ପ୍ରଚାର କରିବେ ରିପୁନାଥ ସେଠ । ଅସନ୍ତୁଷ୍ଟ ରିପୁନାଥଙ୍କ ଅଭିମାନ ଦୂର କଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

ଦିଲ୍ଲୀପଙ୍କୁ ପ୍ରାର୍ଥୀ କରାଯିବା ପରେ ରିପୁ ଥିଲେ ଅସନ୍ତୁଷ୍ଟ

510

କନକ ବ୍ୟୁରୋ: ବିଜେପୁର ଉପନିର୍ବାଚନ ପାଇଁ ପ୍ରଚାର କରିବେ ରିପୁନାଥ ସେଠ । ରିପୁନାଥଙ୍କ ଅଭିମାନ ଦୂର କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ନିରଞ୍ଜନଙ୍କୁ ଭେଟିବା ପରେ ଏହା କହିଛନ୍ତି ରିପୁନାଥ । ରିପୁନାଥ କହିଛନ୍ତି ଯେ, ସେ ବାକ୍ତିଗତ ଭାବେ ଦିଲ୍ଲୀପ ପଣ୍ଡାଙ୍କ ପାଇଁ ନୁହେଁ ବରଂ କଂଗ୍ରେସ ପାଇଁ ଏହି ଦାୟିତ୍ୱ ନେଇଛନ୍ତି । ତେବେ ପୂର୍ବ ନିର୍ବାଚନ ଅପେକ୍ଷା ବିଜେପୁରରେ ଏଥର କଂଗ୍ରେସ ଭଲ କରିବ ବୋଲି କହିଛନ୍ତି ରିପୁନାଥ । ସେପଟେ, ନିରଞ୍ଜନ କହିଛନ୍ତି, ରିପୁନାଥଙ୍କ କୌଣସି ଅସନ୍ତୋଷ ନାହିଁ । ସେ ପୁରା ନିର୍ବାଚନମଣ୍ଡଳୀରେ ପ୍ରଚାର କରିବେ ।

ବିଜେପୁର ଉପନିର୍ବାଚନ ପାଇଁ ରିପୁନାଥ ସେଠ ଆଶାୟୀ ଥିଲେ । କିନ୍ତୁ ଦିଲ୍ଲୀପ ପଣ୍ଡାଙ୍କୁ ପ୍ରାର୍ଥୀ କରାଯିବା ପରେ ସେ ଅସନ୍ତୁଷ୍ଟ ଥିଲେ । ତେଣୁ ସେ ବିଜେପୁର ଉପ ନିର୍ବାଚନରେ ପ୍ରଚାର କରିବାକୁ ରୋକ୍ ଠୋକ୍ ମନା କରିଦେଇଥିଲେ । ଦଳ ତାଙ୍କୁ କୌଣସି ଦାୟିତ୍ୱ ନଦେବା ସହ ତାଙ୍କୁ ଅଯୋଗ୍ୟ ତାଲିକାରେ ରଖିଥିବା କହି କ୍ଷୋଭ ପ୍ରକାଶ କରିବା ସହ ୨୦୧୭ ମସିହାର ଭୁଲକୁ ପୁଣି ଥରେ ଦୋହରାଇ କଂଗ୍ରେସକୁ ମୂଳପୋଛ କରିବା ପାଇଁ ଉଦ୍ୟମ ଚାଲିଛି ଏବଂ ଏଠି ନେତା ସଚ୍ଚୋଟ ନ ଥିବାରୁ କର୍ମୀ ମାନେ କିପରି ସଚ୍ଚୋଟ ହେବେ ବୋଲି ପ୍ରଶ୍ନ କରିଥିଲେ ରିପୁନାଥ ।

Bijepur

ଆସନ୍ତା ୨୧ ତାରିଖରେ ବିଜେପୁର ଉପ-ନିର୍ବାଚନ ପାଇଁ ପଡ଼ିବ ଭୋଟ୍  । ମତଦାନର ୩ ଦିନ ପରେ ଅର୍ଥାତ୍ ୨୪ ତାରିଖରେ ଭୋଟ୍ ଗଣତି ହେବ  । ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁରରୁ ଆସନରୁ ଲଢ଼ି ବିପୁଳ ଭୋଟରେ ବିଜୟୀ ହୋଇଥିଲେ  । ତେବେ ନବୀନ ଉଭୟ ହିଞ୍ଜିଳି ଓ ବିଜେପୁରରୁ ବିଜୟୀ ହୋଇଥିଲେ  । ପରେ ବିିଜେଡି ସୁପ୍ରିମୋ ବିଜେପୁର ଆସନ ଛାଡ଼ିଥିଲେ, ଫଳରେ ଏଠାରେ ଉପନିର୍ବାଚନ କରାଯାଉଛି  ।