ଦୁର୍ନୀତିଗ୍ରସ୍ତଙ୍କୁ ତ୍ରାହି ନାହିଁ : ଚାକିରୀରୁ ବିଦା ହେଲେ ଓଏଫଏସ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ କାର୍ଯ୍ୟାନୁଷ୍ଠାନ 

1,014

କନକ ବ୍ୟୁରୋ : ନବୀନ ସରକାରଙ୍କ କଡ଼ା ଆଭିମୁଖ୍ୟ । ଦୁର୍ନୀତିଗ୍ରସ୍ତଙ୍କୁ ଡ୍ରାହି ନାହିଁ । ପୁଣି ଜଣେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଚାକିରୀରୁ ବିଦା ହେଲେ । ଓଏଫଏସଙ୍କୁ ବାଧ୍ୟତାମୂଳକ ଅବସର । ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର । କଟକ ଆଠଗଡର ନିଲମ୍ବିତ ଓଏଫଏସ୍ ସୁଧାଂଶୁ ମିଶ୍ରଙ୍କୁ ବାଧ୍ୟତା ମୂଳକ ଅବସର ଦେଲେ ସରକାର । 

ପୂର୍ବରୁ ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ କରିଥିଲା  । ଚଢାଉ ବେଳେ ୫କୋଟି ୬୮ଲକ୍ଷ ୯୨ହଜାର ୭୫୧ ଟଙ୍କାର ସମ୍ପତି ଜବତ ହୋଇଥିଲା । ଡିଏଫଓଙ୍କ ଘରୁ ନଗଦ ୧କୋଟି ଟଙ୍କା ମଧ୍ୟ ଜବତ କରିଥିଲା ଭିଜିଲାନ୍ସ । ୩କୋଟି ୪୬ଲକ୍ଷର ବ୍ୟାଙ୍କ ଡିପୋଜିଟ ଥିବା ଜଣାପଡିଥିଲା । ସୁଧାଂଶୁ ଶେଖର ମିଶ୍ର ନିଜ ନାଁରେ ଓ ପରିବାର ଲୋକଙ୍କ ନାଁରେ ଅଚଳାଚଳ ସମ୍ପତ୍ତି ଠୁଳ କରିଥିଲେ । ୨୦୧୬ରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା ।

ଚଳିତ ମାସରେ ପୂର୍ବରୁ ୪ ଚାରି ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେବା ପରେ ଆଜି  ଓଏଫଏସ୍ ସୁଧାଂଶୁ ମିଶ୍ର ଚାକିରିରୁ ବିଦା ହୋଇଛନ୍ତି । ଗୋଟିଏ ମାସରେ ଏବେ ସୁଦ୍ଧା ୫ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ମିଳିଛି । ପଞ୍ଚମ ପାଳିରେ ଦୁର୍ନୀତି ବିରୋଧରେ ନବୀନ ସରକାରଙ୍କ ଆଭିମୁଖ୍ୟ ଦେଖି ଭୟରେ ଥରହର ହେଉଛନ୍ତି ଲାଞ୍ଚଖୋର ଅଧିକାରୀ । ଦୁର୍ନୀତି ବିରୋଧରେ ଜିରୋ ଟୋଲେରାନ୍ସ ନୀତି ଆପଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।