ଧାନକିଣା ପୂର୍ବରୁ ସମ୍ବଲପୁରର ୧୦ଟି ମିଲରେ ଯୋଗାଣ ଓ ରାଜସ୍ୱ ବିଭାଗର ଅଚାନକ ଚଢାଉ ! ୭ଟି ମିଲରେ ବେଆଇନ ଭାବେ ଗଛିତ ରହିଛି ଧାନ

16

କନକ ବ୍ୟୁରୋ: କାଲିଠୁ ସମ୍ବଲପୁର ଜିଲ୍ଲାରେ ଧାନ କ୍ରୟ କରାଯିବ । ହେଲେ ଗତକାଲି ଅଚାନକ ସମ୍ବଲପୁର ଯୋଗାଣ ବିଭାଗ ଓ ରାଜସ୍ୱ ବିଭାଗ ପକ୍ଷରୁ ସମ୍ବଲପୁରର ୧୦ଟି ମିଲ ଉପରେ ଚଢାଉ କରାଯାଇଥିଲା । ୭ଟି ମିଲରେ ବେଆଇନ ଭାବେ ଧାନ ଗଚ୍ଚିତ ଥିବା ଦେଖିବାକୁ ମିଳିଥିଲା । ଏତେସବୁ ଧାନ କେଉଁଠୁ ଆସିଲା ତାକୁ ନେଇ ଏବେ ଧରପଗଡ ଚାଲିଥିବା ବେଳେ ମିଲରମାନଙ୍କ ଷ୍ଟକ ଯାଂଚ କରାଯିବ । ଧାନ ଗଚ୍ଚିତ ଯଦି ବେଆଇନ ହୋଇଥାଏ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି ।