ପ୍ରେମରେ ପଡ଼ିଲେ ରେଭେନ୍ସା ପ୍ରଫେସର ! କ୍ଲାସରୁମ୍ ଭିତରେ ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ, ବାହାରେ କଲେ ପ୍ରେମ ନିବେଦନ

30

କନକ ବ୍ୟୁରୋ : ପ୍ରେମରେ ପଡ଼ିଲେ ପ୍ରଫେସର । ଛାତ୍ରୀଙ୍କ ପ୍ରେମ ନିବେଦନ କରିବା ସହ କରୁଥିଲେ ଅଶ୍ଲୀଳ ଇଙ୍ଗିତ । ଏଭଳି ଏକ ସାଂଘାତିକ୍ ଅଭିଯୋଗ ଆସିଛି ରେଭେନ୍ସା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ । କେମେଷ୍ଟ୍ରି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଅଲେଖ କୁମାର ସୁତାରଙ୍କୁ ଏଥିପାଇଁ ନିଲମ୍ବିତ ହେବାକୁ ପଡ଼ିଛି ।

ଅଧ୍ୟାପକଙ୍କ କଳା କାରନାମା ସଂପର୍କରେ ପୀଡ଼ିତା ଛାତ୍ରୀ ଜଣକ କୁଳପତିଙ୍କୁ ଲିଖିତ ଅଭିଯୋଗ କରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ । ଆସିଷ୍ଟାଣ୍ଟ ପ୍ରଫେସର ଅଲେଖ କୁମାର ସୁତାରଙ୍କୁ ନିଲମ୍ବନ କରାଯାଇଛି । ଆଉ କନକ ନ୍ୟୁଜକୁ ପ୍ରତିକ୍ରିୟା ରଖି ପୀଡ଼ିତା ଛାତ୍ରୀ ଜଣକ ଆଣିଛନ୍ତି ସାଂଘାତିକ୍ ଅଭିଯୋଗ । ସଂପୃକ୍ତ ଆସିଷ୍ଟାଣ୍ଟ ପ୍ରଫେସର ଅଲେଖ ସୁତାରଙ୍କ ପ୍ରତିକ୍ରିୟା ମିଳିନଥିଲେ ମଧ୍ୟ, ବାରମ୍ବାର ରେଭେନ୍ସାରୁ ଏଭଳି ଅଭିଯୋଗ ଆସିବା ଉଭୟ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କୁ ବିବ୍ରତ କରୁଛି ।