ବିନା ମୂଲ୍ୟର ଜିଓ ଫୋନ୍ ପାଇଁ ଆରମ୍ଭ ହେଲା ରେଜିଷ୍ଟ୍ରେସନ, ଜାଣନ୍ତୁ ପୁରା ପ୍ରକ୍ରିୟା

88

ଦେଶ ସାରା ମାଗଣା ଇଣ୍ଟରନେଟ୍ ସେବା ଯୋଗାଇବା ପରେ ଗତକାଲି ଜିଓ ଏକ ବଡ଼ ଧମାକା କରିଛି । ଗ୍ରାହକ ଏହି ଫୋନ୍ ନେଇ ଯାହା ଆଶା କରିଥିଲେ ତାହା ହୋଇଛି । ରିଲାଏନ୍ସ ଚେୟାରମ୍ୟାନ୍ ମୁକେଶ୍ ଆମ୍ବାନୀ ନୂଆ ଜିଓ ଫୋନକୁ ଲଞ୍ଚ କଲେ ଓ ଏହାର ମୂଲ୍ୟ ପାଖାପାଖି ଶୂନ ବୋଲି କହିଛନ୍ତି । ଯେପିରି ମୂଲ୍ୟ ଘୋଷଣା ହେଲା ଲୋକମାନେ ଜିଓ ଜିଓ ବୋଲି ପାଟି କରିବାରେ ଲାଗିଲେ । ଆପଣ ବି ଏହି ଫୋନ କିଣିିବା ପାଇଁ ଚାହୁଁଥିଲେ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଦିଅନ୍ତୁ । ଜିଓଫୋନ୍ କିଣିବା ପାଇଁ ଚାହୁଁଥିଲେ, ଜାଣିରଖନ୍ତୁ ଏବେଠାରୁ ରେଜିଷ୍ଟ୍ରେସନ୍ ଆରମ୍ଭ ହୋଇଯାଇଛି ।

ମାଗଣା ବୁକିଂ ପୂର୍ବରୁ ଗ୍ରାହକଙ୍କୁ ଏହି ଫୋନ ପାଇଁ ରେଜିଷ୍ଟ୍ରେସନ କରିପାରିବେ । ଏଥିପାଇଁ ଆପଣଙ୍କୁ ଜିଓ.କମକୁ ଯିବାକୁ ପଡ଼ିବ । ଜିଓ, ଗ୍ରାହକଙ୍କ ସବିଶେଷ ବିବରଣୀ ନେବା ଆରମ୍ଭ କରିଦେଇଛି । ରେଜିଷ୍ଟ୍ରେସନ କରିବା ପାଇଁ ଆପଣଙ୍କୁ ପ୍ରଥମେ ୱେବସାଇଟକୁ ଯିବାକୁ ପଡ଼ିବ । ତା’ପରେ ‘ଇଣ୍ଡିଆକା ସ୍ମାର୍ଟଫୋନ୍ ଜିଓଫୋନ’ ପେଜ ଆସିବ ଓ ସେଥିରେ ‘କିପ ମି ପୋଷ୍ଟେଡ଼୍’ ରେ କ୍ଲିକ୍ କରନ୍ତୁ ।

କ୍ଲିକ୍ କିରିବା ପରେ ଗ୍ରାହକଙ୍କୁ ରେଜିଷ୍ଟ୍ରେସନ ପାଇଁ ମୋବଇଲ ନମ୍ବର, ଇମେଲ ପରି ନିଜର କିଛି ବିସ୍ତୁତ ବିବରଣୀ ଦେବାକୁ ପଡ଼ିବ । ଏହି ବିବରଣୀ ଦେବା ପରେ ଆପଣଙ୍କ ନ ମ୍ବରକୁ ଏକ ମେସେଜ ଆସିବ,ଯେଉଁଠି ଲେଖାଥିବ ଜିଓ ଟିମ୍ ଆପଣଙ୍କୁ ଖୁବ ଶୀଘ୍ର ସମ୍ପର୍କ କରିବେ । ମେସେଜ ଆସିବା ପରେ ଆପଣଙ୍କ ମେଲ ଆଇଡ଼ିକୁ ଏକ ମେଲ ଆସିବ । ଏଥିରେ କମ୍ପାନୀ ତରଫରୁ କଲ ଆସିବାର ସମୟ କୁହାଯିବ ।

ଟେଷ୍ଟିଂ ପାଇଁ ଜିଓ ଫୋନ ୧୫ ଅଗଷ୍ଟକୁ ବିଟାରେ ଉପଲବ୍ଧ ହେବ । ସେଠାରେ ଏହି ଫୋନର ଫ୍ରି-ବୁକିଂ ୨୪ ଅଗଷ୍ଟକୁ କରାରାଯାଇ ପାରିବ । ଯେଉଁ ଗ୍ରାହକ ଏହାକୁ ଫ୍ରି-ବୁକ କରିବେ, ତାଙ୍କୁ ଏହି ଫୋନ ‘ପ୍ରଥମେ ଆସ ଓ ପ୍ରଥମମେ ପାଅ’ ଆଧାରରେ ୧ ସେପ୍ଟେମ୍ବର ଠାରୁ ଉପଲବ୍ଧ କରାଯିବ । ଏହି ଫୋନ ପାଇଁ କମ୍ପାନୀ ଅଲଗା ଅଲଘା ଡାଟା ପ୍ୟକର ଆଧାର ଦେଇଛି । ଏଥିିରେ ଗ୍ରାହକ ୧୫୩ ଟଙ୍କାରେ ଏକ ମାସିଆ ଯୋଜନା ନେଇପାରିବେ । ଯେଉଁଠି ମାଗଣା ଭଏସ କଲ,ଏସଏମଏସ, ଅନଲିମିଟେଡ଼୍ ଡାଟା ଓ ଜିଓ ଆପ୍ସ ଆକ୍ସେସ ମାଗଣା ଦିଆଯିବ ।