ସୁୁବର୍ଣ୍ଣ ସୁଯୋଗ ! ରିଲାଏନ୍ସ ଜିଓ ଚଳିତ ମାସ ଲଞ୍ଚ କରିପାରେ ୫୦୦ ଟଙ୍କିଆ ୪ଜି ଫୋନ୍

62

ରିଲାଏନ୍ସ ଜିଓର ବହୁ ପ୍ରତିକ୍ଷୀତ ୪ଜି ଫିିଚର ଫୋନ୍ ପୁଣି ଥରେ ମାର୍କେଟରେ ହଲଚଳ ସୃଷ୍ଟି କରିବା ପାଇଁ ପ୍ରସ୍ତୁତ । ହୋଇପାରେ କମ୍ପାନୀ ଏହି ମାସରେ ହିଁ ଲଞ୍ଚ କରିପାରେ ଫୋନ୍ । ଏହି ଫୋନର ମୂଲ୍ୟ ୫୦୦ ଟଙ୍କା ହୋଇପାରେ ବୋଲି ସୂଚନା ମିଳୁଛି । ଏହା ପୂର୍ବରୁ ଆସିଥିବା ରିପୋର୍ଟ ଅନୁସାରେ ଏହି ଫୋନର ମୂଲ୍ୟ ପାଖାପାଖି ୧୫୦୦ ଟଙ୍କା କୁହାଯାଉଥିଲା ।

ଇକୋନୋମିକ୍ସ ଟାଇମ୍ସ ରିପୋର୍ଟ ଅନୁସାରେ ୨୧ ଜୁଲାଇରେ ଲଞ୍ଚ ହେବ ଏହି ଫୋନ । ରିଲାଏନ୍ସ କମ୍ପାନୀର ବାର୍ଷିକ ମିଟିଂ ସମୟରେ ଏହି ଫୋନର ଲଞ୍ଚିଂ ହୋଇପାରେ ବୋଲି ଶୁଣିବାକୁ ମିଳୁଛି । ଏହି ଅବସରରେ କମ୍ପାନୀ ଫୋନ ସହ ୮୦ ଟଙ୍କାରୁ ୧୫୦ ଟଙ୍କା ପର୍ଯ୍ୟନ୍ତ ମାସିକ ଯୋଜନା ଲଞ୍ଚ କରିପାରେ । ଜିଓର ଏହି ୪ଜି ଫିଚର ଫୋନର ମୂଲ୍ୟ ୫୦୦ ଟଙ୍କା ବୋଲି ସୂଚନା ମିଳିଛି ।

ଫୋନର ମୂଲ୍ୟ କମ୍ କରିବା ପଛରେ ରହିଛି ଏକ ବିଶେଷ କାରଣ । ବିଶେଷଜ୍ଞଙ୍କ କହିବା ଅନୁସାରେ ୨ଜି ଗ୍ରାହକଙ୍କୁ ୪ଜି ଆଡ଼କୁ ଆକର୍ଷିତ କରିବା ପାଇଁ କମ୍ପାନୀ ଏପରି କରୁଛି । ଫୋନର ମୂଲ୍ୟ ୧୦୦୦ ଟଙ୍କା ତଳକୁ ରଖିବା ପଛରେ କମ୍ପାନୀର ଅନ୍ୟ ଏକ ଲକ୍ଷ୍ୟ ମଧ୍ୟ ରହିଛି । ନିଜର ଗ୍ରାହକ ସଂଖ୍ୟା ବଢ଼ାଇବା ପାଇଁ କମ୍ପାନୀ ଏପରି କରୁଥିବା କୁହାଯାଉଛି ।

ବିଶେଷଜ୍ଞଙ୍କ କହିବା ଅନୁସାରେ ୫୦୦ ଟଙ୍କାର ଏହି ଫୋନ ଲଞ୍ଚ ହେବା ପରେ ମାର୍କେଟର ସ୍ଥିତି ବିଗତ ବର୍ଷ ସେପ୍ଟେମ୍ବର ମାସ ପରି ହୋଇଯିବ , ଯେତେବେଳ ଜିଓ ମାର୍କେଟକୁ ଆସି ହଲଚଲ ସୃଷ୍ଟି କରିଥିଲା । ଏବେ ଦେଶରେ ରିଲାଏନ୍ସ ଜିଓ ହିଁ ଏକମାତ୍ର କମ୍ପାନୀ ଯାହା ୪ଜି ଭୋଲଟି ନେଟୱର୍କର ସେବା ଯୋଗାଉଛି । ଅନ୍ୟପଟେ ଜିଓର ପ୍ରତିଦ୍ୱନ୍ଦୀ ଏୟାରଟେଲ, ଭୋଡ଼ାଫୋନ୍ ଓ ଆଇଡ଼ିଆ ଏବେ ଭୋଲଟି ନେଟୱର୍କ ଯୋଗାଇବା ପାଇଁ ଟ୍ରାଏଲ କରୁଛନ୍ତି ।

                                               ସୌଜନ୍ୟ-ଅମରଉଜାଲା

ଭୋଡ଼ାଫୋନ୍-ହ୍ୱାର୍ଟସଆପର ଭାଗୀଦାରି ! ଏବେ ନିଜ ଭାଷାରେ କରିପାରିବେ ଚାର୍ଟ