ଏକ ଭିନ୍ନ ନଦୀ ! ଯେଉଁଠି ପାଣି ସହ ବୋହେ ସୁନା

46

ନଦୀ ପାଣିରେ ମିଳୁଛି ସୁନା । ଶୁଣିକି ଆଶ୍ଚର୍ଯ୍ୟ ହେଉଥିବେ ନା ହେଲେ କଥା ଟା ବିଲକୁଲ ସତ । କାନାଡ଼ାର ଡାସନ ସହର ଏମତି ଏକ ସ୍ଥାନ ଯାହା ପାଖାପାଖି ୧୦୦ ବର୍ଷରୁ ଅନେକ ଲୋକଙ୍କୁ ନିଜ ଆଡ଼କୁ ଏହି ସୁନା ପାଇଁ ଆକର୍ଷିତ କରୁଛି । ଏହି ସହରର ଜନସଂଖ୍ୟା ଖୁବ କମ୍ । ଡାସନ ସହର କ୍ଲୋନଡ଼ାଇକ ନଦୀ କୂଳରେ ଅବସ୍ଥିତ । କୁହଯାଏ ଏହି ନଦୀର ତଳ ସ୍ତରରେ ସୁନା ବିଛାଇ ପଡ଼ିଛି ।

୧୮୯୬ରେ ଏହି ନଦୀରେ ସୁନା ଅଛି ବୋଲି ଜଣାପଡ଼ିଥିଲା । ଯେମିତି ନଦୀରେ ସୁନା ଥିବାର ଖବର ପ୍ରଘଟ ହେଲା ଏହି ସ୍ଥାନରେ ଲୋକଙ୍କ ଭିଡ଼ ଜମିଲା । ସୁନା ପାଇବା ଆଶାରେ ଅନେକ ଲୋକ ଏଠାକୁ ଆସିବାରେ ଲାଗିଲେ । ୧୮୯୮ରେ ଏହି ସହରର ଲୋକସଂଖ୍ୟା ୧୫୦୦ ଥିଲା ଯାହା ରାତାରାତି ବଢ଼ି ୩୦ ହଜାର ହୋଇଗଲା ।

ଡାସନ ସହରର ମେୟର ବେନ ପୋଟରକାର କହିବା ଅନୁସାରେ ଏହି ସହରର ସୌନ୍ଦର୍ଯ୍ୟ ଓ ଏହାର ଲୋକମାନେ ମଧ୍ୟ ଏହାର ଅନ୍ୟ ଏକ ପରିଚୟ ସୃଷ୍ଟି କରିଛନ୍ତି । ଡାସନ ସହର ପାହାଡ଼ ପର୍ବରେ ଘେରା ଯାହା ପାଖାପାଖି ୨୦୦୦ କିମି ପର୍ଯ୍ୟନ୍ତ ବ୍ୟାପ୍ତ । ପ୍ରାକୃତିକ ପ୍ରାଚୁର୍ଯ୍ୟରେ ଭରପୁର ଏହି ସହର । ପ୍ରତିବର୍ଷ ଅନେକ ସଂଖ୍ୟାରେ ଲୋକ ଏଠାକୁ ଆସନ୍ତି ।

କିଛିଲୋକ ଏହାର ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ଓ କିଛି ଲୋକ ଏଠାକୁ ଧନୀ ହେବା ଆଶାରେ ଆସନ୍ତି । ସୁନା ଖେ।।ଜିବା ପାଇଁ ଆସୁଥିବା ଲୋକେ ଏଠାରେ ଖୁବ ପରିଶ୍ରମ ମଧ୍ୟ କରନ୍ତି । ସୁନା ଖୋଜୁଥିବା ଏହି ଲୋକମାନେ ଅନେକ ଦଶକରୁ ଏହି କାମ କରୁଛନ୍ତି । ସୁୁନାର ଏହି ନଦୀରେ ନିକଟରେ ଜମା ହୋଇଥବା ବାଲିକୁ ଏକାଠି କରାଯାଏ । ସୁନା ପାଇଁ ପାଣିକୁ ଅନେକ ଥର ଛାଣିବା ପାଇଁ ପଡ଼େ ।

ନଦୀର ପାଣିକୁ ଛୋଟ ଛୋଟ ବାସନରେ ରଖି ବରଫ ଖଣ୍ଡ ପାଇଁ ଜମା କରାଯାଏ । ଏହି ଜମା ହୋଇଥିବା ବରଫରୁ ସୁନାର ଖଣ୍ଡକୁ ଅଲଗା କରାଯାଏ । ସୁନାର ଏହି ଖଣ୍ଡ ଅନେକ ପ୍ରକାର ଆକାରରେ ମିଳେ । ଏହାସହ ସବୁ ବଳେ ସୁନା ମିଳିବ ବୋଲି ମଧ୍ୟ କିଛି ଠିକ୍ ନଥାଏ । ଅନେ ପରିଶ୍ରମ ପରେ କିଛି ସୁନା ଖଣ୍ଡ ମିଳେ । କିନ୍ତୁ ତଥାପି ସୁନା ଲୋଭରେ ଲୋକମାନେ ଏଠାରେ ଛୋଟ ଛୋଟ ଜମି ସବୁ କିଣି ନିଅନ୍ତି । ଯାହା ଦ୍ୱାରା ସେହି ସ୍ଥାନରୁ ବାହାରୁଥିବା ସୁନା ତାଙ୍କର ହୋଇପାରିବ ।

                                          ସୌଜନ୍ୟ-ଇନେକ୍ସଟଲାଇଭ.ଜାଗରଣ