ରିଲିଜ୍ ହେଲା ସୁପରଷ୍ଟାର ରଜନୀକାନ୍ତଙ୍କ ଅଭିନିତ “କାଲା” ଫିଲ୍ମର ଟ୍ରେଲର ! ଦମଦାର ନଜରରେ ଆସିଲେ ଟଲିଉଡ୍ କିଙ୍ଗ୍ ।

69

ସୁପରଷ୍ଟାର ରଜନୀକାନ୍ତଙ୍କ କ୍ରେଜ୍ ଟଲିଉଡଠାରୁ ଆରମ୍ଭ କରି ବଲିଉଡ୍ ପର୍ଯ୍ୟନ୍ତ ରହିଥିବାବେଳେ ତାଙ୍କର ପ୍ରେକ୍ଷାଳୟକୁ ଆସିବା ଅପେକ୍ଷାରେ ଥିବା ଫିଲ୍ମ “କାଲା” ର ଟ୍ରେଲର ରିଲିଜ ହୋଇଯାଇଛି । ଏହି ଫିଲ୍ମର ଟ୍ରେଲର ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ରିଲିଜ କରାଯାଇଛି । ଏହା ପୂର୍ବରୁ ଫିଲ୍ମର ଟିଜର ହିନ୍ଦୀରେ ରିଲିଜ କରାଯାଇଥିଲା, ଯାହା ଦର୍ଶକଙ୍କ ମନ କିଣି ନେଇଥିଲା । ଫିଲ୍ମରେ ସୁପରଷ୍ଟାର ରଜନୀକାନ୍ତ ଚିର ପରିଚିତ ଅନ୍ଦାଜରେ ନଜର ଆସିଛନ୍ତି । ଫିଲ୍ମର ଟ୍ରେଲର ଖୁବ ଭଲ ହୋଇଛି ଯାହା ଦର୍ଶକଙ୍କ ମନକୁ ନିଶ୍ଚୟ ଛୁଇଁବ । ଏହି ଫିଲ୍ମ ପରଦାକୁ ୭ ଜୁନରେ ଆସିବ । ଫିଲ୍ମରେ ନାନା ପାଟେକର ରଜନୀକାନ୍ତଙ୍କ ବିପକ୍ଷରେ ନଜର ଆସିବେ । ଫିଲ୍ମରେ ହୁମ୍ମା କ୍ୟୁରେସିଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେବେ ଅଭିନେତ୍ରୀ ହୁମ୍ମା କ୍ୟୁରେସୀ ପ୍ରଥମଥର ପାଇଁ ଏକ ଭିନ୍ନ ଧରଣର ପରଦାକୁ ଆସୁଛନ୍ତି । ତେବେ ବହୁ ସମୟ ପରେ ନାନା ପାଟେକର ପରଦାକୁ ଆସିଥିବାରୁ ଏହା ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସିର ଖବର । ଦୁଇ ବରିଷ୍ଠ ଅଭିନେତାଙ୍କ ଅଭିନୟ ଫିଲ୍ମକୁ ସଫଳତାର ସ୍ୱାଦ ଚଖାଇବ ଏଥିରେ କୌଣସି ସନ୍ଦେହ ନାହିଁ ।