ପ୍ରଥମ ଫିଲ୍ମରେ ହିଁ ରେଖା ଯୌନ ଶୋଷଣର ଶିକାର ହୋଇଥିଲେ

491

ନିଜର ଅଭିନୟ ଯାଦୁରେ ସତୁରୀ – ଅଶୀ ଦଶକରେ ଦର୍ଶକଙ୍କ ହୃଦୟରେ ବେଶ୍ ରାଜ୍ କରିଥିଲେ ଗ୍ଲାମର୍ ଗର୍ଲ ରେଖା । ଅଭିନୟ ଜରିଆରେ ଫିଲ୍ମ ଦୁନିଆରେ ରେଖା ଯେତିକି ଚହଳ ସୃଷ୍ଟି କରିଥଲେ ବ୍ୟକ୍ତିଗତ ସଂପର୍କ ପାଇଁ ସେତିକି ଚର୍ଚ୍ଚିତ ମଧ୍ୟ ଥିଲେ । ବିଗ୍ ବି ଅମିତାଭ ବଚ୍ଚନଙ୍କ ସହ ତାଙ୍କ ପ୍ରେମ ସଂପର୍କ ଆଜି ବି ଏକ ରହସ୍ୟ ହୋଇ ରହିଯାଇଛି।

rekha-kissତେବେ ନିକଟରେ ଏହି ଶ୍ୟାମଳୀ ସୁନ୍ଦରୀଙ୍କୁ ନେଇ ଏକ ଚାଂଚଲ୍ୟକର କଥା ସାମ୍ନାକୁ ଆସିଛି । ନିଜର ପ୍ରଥମ ଫିଲ୍ମରୁ ହିଁ ରେଖା ଏକ ପ୍ରକାର ଯୌନ ଶୋଷଣର ଶିକାର ହୋଇଥିଲେ । ଫିଲ୍ମରେ ରେଖାଙ୍କ ବିପକ୍ଷରେ ନାୟକ ଥିଲେ ବିଶ୍ୱଜିତ୍ । ତେବେ ଯୋଜନା ମୂତାବକ ନିର୍ଦେଶକ ରାଜା ନବାଥେ , ପ୍ରଯୋଜକ କୁଲଜୀତ୍ ଓ ବିଶ୍ୱଜିତ୍ ଫିଲ୍ମରେ ଏକ କିସିଂ ସିନ୍ ରଖିଲେ ।

ଯେତେବେଳେ ନିର୍ଦେଶକ ଆକ୍ସନ୍ କହିଲେ ତୁରନ୍ତ ବିଶ୍ୱଜିତ୍ ରେଖାଙ୍କୁ କିସ୍ କରିବାକୁ ଲାଗିଲେ । ଏହି ସିନ୍ ପ୍ରାୟ ୫ ମିନିଟ୍ ପର୍ଯ୍ୟନ୍ତ ଚାଲିଲା । ନା ନିର୍ଦେଶକ କଟ୍ କହିଥିଲେ ନା ବିଶ୍ୱଜିତ୍ ଅଟକିଥିଲେ । ଆଉ ସୁଟିଂ ଦେଖୁଥିବା ୟୁନିଟର ବାକି ଲୋକ ସିଟି ମାରି ଉପଭୋଗ କରୁଥିଲେ । ତେବେ ରେଖା ଏହି ଅପମାନକୁ ଆଜି ଯାଏ ଭୁଲି ପାରି ନାହାନ୍ତି ବୋଲି ଲେଖକ ୟସିର୍ ଉସମାନ୍ ତାଙ୍କ ବହି ‘ରେଖା – ଦ ଅନଟୋଲ୍ଡ ଷ୍ଟୋରୀ’ରେ ଲେଖିଛନ୍ତି ।

ରେଖା ତାଙ୍କ ଜୀବନରେ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି । କେଉଁଥିରେ ପ୍ରେମିକା ତ କେଉଁଥିରେ ବୋହୂ ଭାବରେ ନଜର ଆସିଛନ୍ତି । ଆଉ ସମସ୍ତ ଚରିତ୍ରକୁ ଅତି ନିଖୁଣ ଭାବରେ ସେ ପରଦାରେ ଉତାରିଛନ୍ତି । କିନ୍ତୁ ଫିଲ୍ମର ଚରିତ୍ର ପରି ରେଖା ନିଜ ବ୍ୟକ୍ତିଗତ ଜୀବନରେ ଏତେଟା ସଫଳତା ପାଇ ପାରି ନାହାନ୍ତି ।

rekha-vinod-mehraୟସିର୍ ଏହି ବହିରେ ଲେଖିଛନ୍ତି , ବିନୋଦ୍ ମେହେରା ଯଦିଓ ରେଖାଙ୍କୁ ବିବାହ କରିଥିଲେ କିନ୍ତୁ ତାଙ୍କୁ ସ୍ତ୍ରୀର ମର୍ଯ୍ୟଦା ଦେଇ ପାରି ନଥିଲେ । କାରଣ ତାଙ୍କ ମା’ ରେଖାଙ୍କୁ ପସନ୍ଦ କରୁ ନଥିଲେ । ଏମିତି କି ରେଖାଙ୍କୁ ଘରେ ପଶିବାକୁ ଦେଇ ନଥିଲେ ଆଉ ତାଙ୍କୁ ମାରିବାକୁ ଚପଲ ମଧ୍ୟ ଉଠାଇବାକୁ ପଛାଇନଥିଲେ । ଆଉ ଧୀରେ ଧୀରେ ସମୟ ସହ ବିନୋଦ ଓ ରେଖାଙ୍କ ଏହି ସଂପର୍କ ମଧ୍ୟ ମିଳାଇ ଯାଇଥିଲା।

ଏପରି ଅନେକ ଅକୁହା କଥାକୁ ନେଇ ରେଖାଙ୍କ ଜୀବନ ଉପରେ ଆଧାରିତ ବହି ବହି ‘ରେଖା – ଦ ଅନଟୋଲ୍ଡ ଷ୍ଟୋରୀ’ ।

rekha-the-untold-story