ସାଧାରଣତଃ ଅଧିକାଂଶ ଲୋକ ମକା ଖାଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏବେ ଏମିତି ଏକ ମକା  ଉତ୍ପାଦନ ହେବାକୁ ଯାଉଛି ଯାହା ଆପଣଙ୍କୁ ଅଧିକ ବୟସ ପର୍ଯ୍ୟନ୍ତ ମଧ୍ୟ ଯବାନ ରଖିବ । ଏହାଛଡା ମୁଖ ଓ ସ୍ତନ କର୍କଟର ଏକ ପ୍ରତିଷେଧକ ଭାବେ ଉଭା ହୋଇଛି ଏହି ମକା । ମଧ୍ୟପ୍ରଦେଶର ମାଲବାର ଚାଷୀଙ୍କୁ ଏକ ନୂଆ କିସମର ମକା ବିହନ ଯୋଗାଇ ଦେବାକୁ ପ୍ରସ୍ତୁତି କରାଯାଉଛି । ଏହି ମକା ଦେଖିବାକୁ ସମ୍ପୂର୍ଣ୍ଣ ଭାବେ ଲାଲ ରଙ୍ଗର । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ମକାରେ ମୁଖ କର୍କଟ ଓ ସ୍ତନ କର୍କଟ ରୋକିବାର ପ୍ରତିଷେଧକ ରହିଛି ।ଏହି ମକାରେ ୧୦.୫ ପ୍ରତିଶତ ରହିଥାଏ ଯାହା ସାଧାରଣ ମକାର ପ୍ରୋଟିନ ଠାରୁ ୨୫ ଗୁଣ ଅଧିକ ।

red corn 2ଏହି ମକାରେ ଏନ୍ଥୋକାୟାନିନ ଫାଇଟୋକେମିକାଲ ଆଣ୍ଟି ଏଜିଙ୍ଗ ନାମକ ପ୍ରୋଟିନ ଭରପୂର ମାତ୍ରାରେ ରହିଥାଏ । ଯାହା ମଣିଷ ଶରୀରରେ ବୁଢାପଣ ଆସିବାକୁ ଦେଇନଥାଏ । ଏବେ ଏଭଳି ପ୍ରଜାତିର ବିହନ ପାଇଁ କସ୍ତୁରବା ଗାନ୍ଧି ରାଷ୍ଟ୍ରୀୟ ସ୍ମାରକ ଟ୍ରଷ୍ଟର କୃଷି ବିଜ୍ଞାନ କେନ୍ଦ୍ରରେ ଏହାକୁ ନେଇ ଅନୁସନ୍ଧାନ ଜରି ରହିଛି । କୃଷି ବିଜ୍ଞାନ କେନ୍ଦ୍ରରେ ଏହି ପ୍ରଜାତିର ମକା ବିହନ ପାଇଁ ଦୀର୍ଘ ୫ ବର୍ଷ ଧରି ପରୀକ୍ଷା ନିରୀକ୍ଷା କରାଯାଉଛି ।ମିଠା ମକା ଭଳି ଏହି ପ୍ରଜାତିର ମକାର ଦାନା ମଧ୍ୟ ମିଠା । କୃଷି ବିଜ୍ଞାନ କେନ୍ଦ୍ରର ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ମକାରେ କେତେ ମାତ୍ରାରେ ପ୍ରୋଟିନ ମହଜୁଦ  ଅଛି ତାହା ଜଣାପଡିଛି । ଏହାଛଡା ଭିଟାମିନ ଓ କେତେ ମାତ୍ରାରେ  ଧାତବ ପଦାର୍ଥ ଏହି ମକାରେ ରହୁଛି ତାହାକୁ ନେଇ ଏବେ ପରୀକ୍ଷା କରାଯାଉଛି ।ସମ୍ପ୍ରୂ୍ଣ୍ଣ ପରୀକ୍ଷଣ ପରେ ଏହାର ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରାଯିବ ।

ସେହିଭଳି ଏହି ମକାକୁ ନେଇ କ୍ୟାନସର ବିଶେଷଜ୍ଞ ଅରୁଣ ଅଗ୍ରୱାଲ କହିବା ଅନୁଯାୟୀ, ଏହି ମକାରେ ଥିବା ଏନ୍ଥୋକାୟାନିନ ଭଳି ପ୍ରୋଟିନ କ୍ୟାନସର ଓ ଅନ୍ୟ ରୋଗକୁ ପ୍ରତିରୋଧ କରିବାକୁ ସକ୍ଷମ । ଏହାଛଡା ଶରୀରକୁ ବୁଢାପଣରୁ ମଧ୍ୟ ଦୂରେଇ ରଖିଥାଏ ଏହି ମକା । ଏହାଛଡା ହାର୍ଟ ଓ ଲିଭର ଉପରେ ମଧ୍ୟ ଏହା ପ୍ରଭାବ ପକାଇଥାଏ ।  ଏହି ମକା ଉପରେ ପରୀକ୍ଷା ନିରୀକ୍ଷା କରୁଥିବା ଡାକ୍ତର ଦେଶୱାଲ କହିଛନ୍ତି, ଏବେ ପର୍ଯ୍ୟନ୍ତ ମୋଟ ଉପରେ ୪ କ୍ୱିଣ୍ଟାଲ ବିହନ ଉତ୍ପାଦନ କରାଯାଇଛି ।

 କଣ ରହିଛି ବିଶେଷତା : 

• ଏହି ପ୍ରଜାତିର ମକା ୧୦୦ରୁ ୧୧୦ ଦିନ ମଧ୍ୟରେ ଅମଳ ହୋଇଥାଏ ।

• ଏହି କିସମର ବିହନରେ ପ୍ରତି ହେକ୍ଟର ପିଛା ପ୍ରାୟ ୪୦ରୁ ୫୦ କ୍ୱିଣ୍ଟାଲ ମକା ଉତ୍ପାଦନ ହେବ

• ଏହି ପ୍ରଜାତିର ମକା ଗଛର ଉଚ୍ଚତା ୮ରୁ ୯ ପୁଟ ଭିତରେ ରହିଥାଏ । ଏହାଛଡା ଗଛରେ ବହୁତ କମ ପୋକ ଲାଗିଥାନ୍ତି ।

• ଅନ୍ୟ ଖାଦ୍ୟଶସ୍ୟ ସହ ମିଶାଇ ଏହାକୁ ଖାଇପାରିବେ ।

• ବେବି ଫୁଡ଼ ଓ ମଧ୍ୟାହ୍ନ ଭୋଜନ ମିଲରେ ମଧ୍ୟ ଏହାକୁ ବ୍ୟବହାର କରାଯାଇପାରିବ ।