ସାବରିମାଳା ମନ୍ଦିରରେ ମାସିକ ଋତୁସ୍ରାବ ନୁହଁ ବରଂ ଏହି କାରଣ ଯୋଗୁଁ ପ୍ରବେଶ କରିପାରୁନଥିଲେ ମହିଳା ! କ’ଣ ଥିଲା ଏହି କାରଣ ଜାଣନ୍ତୁ ।

631

ସୁପ୍ରିମକୋର୍ଟର ଐତିହାସିକ ରାୟ ପରେ ପ୍ରଥମ ଥର ପାଇଁ ଦୁଇ ମହିଳା କେରଳର ସାବରିମାଳା ମନ୍ଦିରର ଗର୍ଭଗୃହକୁ ପ୍ରବେଶ କରିଛନ୍ତି । ଦୁଇ ମହିଳା ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ଠାକୁର ଦର୍ଶନ ମଧ୍ୟ କରିଥିଲେ । କିନ୍ତୁ ଏହା ପରେ ମଧ୍ୟ ମହିଳାଙ୍କୁ ମନ୍ଦିରରେ ପ୍ରବେଶ ନ କରାଇଦେବା ପାଇଁ ବିରୋଧ ଜାରୀ ରହିଛି । ସୁପ୍ରିମକୋର୍ଟର ରାୟ ପରଠାରୁ ହିଁ ମହିଳାମାନେ ମନ୍ଦିରକୁ ଯିବା ରାସ୍ତା ପଟେ ପ୍ରବେଶ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସେମାନଙ୍କୁ ରୋକା ଯାଇଥିଲା । ତେବେ ମହିଳାଙ୍କୁ ମନ୍ଦିରକୁ ଯିବା ପାଇଁ ମନା କରୁଥିବା କିଛି ଲୋକଙ୍କୁ ପୋଲିସ୍ ଗିରଫ ମଧ୍ୟ କରିଛି ।

ସୁପ୍ରିମକୋଟ ରାୟ ପୂର୍ବରୁ ୧୦ ରୁ ୫୦ ବର୍ଷୀୟ ମହିଳାମାନଙ୍କୁ ମନ୍ଦିରରେ ପ୍ରବେଶ ପାଇଁ ରୋକ ଲଗାଯାଇଥିଲା । ପରମ୍ପରା ଅନୁସାରେ ଲୋକ ଏହାର କାରଣ ମହିଳାଙ୍କ ମାସିକ ଋତୁସ୍ରାବ ବୋଲି କୁହନ୍ତି । କାରଣ ମନ୍ଦିରରେ ପ୍ରବେଶ କରିବାର ୪୦ ଦିନ ପୂର୍ବରୁ ପ୍ରତ୍ୟେକ ବ୍ୟକ୍ତି ନିଜକୁ ପବିତ୍ର ରଖିବା ଆରମ୍ଭ କରିଦିଅନ୍ତି ଏବହ ମନ୍ଦିର ବୋର୍ଡ ଅନୁସାରେ ମାସିକ ଋତୁସ୍ରାବ ମହିଳାଙ୍କୁ ଅପବିତ୍ର କରିଦିଏ । ଏଭଳି ସ୍ଥିତିରେ ନିଜକୁ ୪୦ ଦିନ ପବିତ୍ର ରଖିବା ଅସମ୍ଭବ । ତେଣୁ ମହିଳାଙ୍କ ମନ୍ଦିର ପ୍ରବେଶ ଉପରେ ରୋକ ଲଗାଇ ଦିଆଯାଇଛି । କିନ୍ତୁ ଏହି ନିୟମ ଆରମ୍ଭ ହେବା ପୂର୍ବରୁ ମହିଳାଙ୍କ ପ୍ରବେଶ ନିଶେଦ୍ଧ ଉପରେ ଅନ୍ୟ କିଛି କାରଣ ଥିଲା ।

ତେବେ ଏକ ପୋର୍ଟାଲ୍ “ଫାଷ୍ଟପୋଷ୍ଟ” ର ଜଣେ ଲେଖକ ଏମ.ଏ ଦେବେୟାଙ୍କ ମତରେ ସେ ପିଲାବେଳୁ ସାବରିମାଳା ମନ୍ଦିର ଯାଉଛନ୍ତି ଏବଂ ଲୋକମାନେ ତାଙ୍କୁ ଏହି ସମ୍ବେଦନଶୀଳ ବିଷୟରେ ମଧ୍ୟ ଅନେକ ପ୍ରଶ୍ନ କରନ୍ତି । ସେ ଏହାର ଉତ୍ତରରେ କୁହନ୍ତି ଏଥିପାଇଁ ସ୍ୱୟଂ ଅୟପ୍ପା (ମନ୍ଦିରରେ ସ୍ଥାପିତ ଦେବତା) ଆଦେଶ ଦେଇଛନ୍ତି । ପୌରାଣିକ କଥନ ଅନୁସାରେ ସ୍ୱାମୀ ଅୟପ୍ପା ଅବିବାହିତ ଏବଂ ସେ ନିଜ ଭକ୍ତଙ୍କ ପ୍ରାର୍ଥନା ଉପରେ ସମ୍ପୁର୍ଣ୍ଣ ଧ୍ୟାନ ଦେବା ପାଇଁ ଚାହୁଁଛନ୍ତି । ସେ ସେତେବେଳ ପର୍ଯ୍ୟନ୍ତ ବ୍ରହ୍ମଚର୍ଯ୍ୟ ଗ୍ରହଣ କରିବେ ଯେଉ ପର୍ଯ୍ୟନ୍ତ ତାଙ୍କ ଭକ୍ତ ମନ୍ଦିର ଆସିବା ବନ୍ଦ ନକରିଦେବେ । ମହିଳାଙ୍କ ମନ୍ଦିରରେ ପ୍ରବେଶକୁ ମାସିକ ଋତୁସ୍ରାବର କୌଣସି ସାମଞ୍ଜସ୍ୟ ଥିବା କଥା ସେ କହିଛନ୍ତି ।