ବିବାଦରେ ଦାମଙ୍କ ଚାଷୀ ଉପାଖ୍ୟାନ ! ନବୀନ କହିଲେ, ଏହା ଠିକ ନୁହେଁ

36

କନକ ବ୍ୟୁରୋ : ନିଆଁ ଲଗାଇ ଦେଲା ଦାମଙ୍କ ବୟାନ୍ । ଚାଷୀ ଋଣ ନେଇ ମଦ ପିିଉଛନ୍ତି ବୋଲି ଦାମ କହିବା ପରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଚାଷୀମାନେ ଏହାର ପ୍ରତିବାଦ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଦାମଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ଦାମ ଯାହା କହିଛନ୍ତି ଭୁଲ କହିଛନ୍ତି । ଅନ୍ୟପଟେ ରାଜ୍ୟ ବିଜେପି ସଭାପତି କହିଛନ୍ତି ଦାମ କ୍ଷମା ମାଗିବା ଉଚିତ୍ । ଏସବୁ ଭିତରେ ଦାମ ତାଙ୍କ ବୟାନ ବଦଳାଇଛନ୍ତି । କହିଛନ୍ତି ସେ ଯାହା କହିଥିଲେ ତାହାକୁ କଦର୍ଥ କରି ଦେଖା ଯାଉଛି ।

ଅନେକ ଚାଷୀ ଋଣ ନେଇ ମଦ ପିିଉଛନ୍ତି, ଋଣ ଟଙ୍କାକୁ ନେଇ ଝିଅ ବାହାଘରରେ ଲଗାଉଛନ୍ତି । ସେଭଳି ଚାଷୀଙ୍କୁ ଋଣ ଛାଡ଼ କରିବା ପାଇଁ ଆପଣ କାହିଁକି ବିକଳ ବୋଲି କାଲି ସମବାୟ ମନ୍ତ୍ରୀ ଦାମୋଦର ରାଉତ ବୟାନ ଦେବା ପରେ ଆଜିି ରାଜ୍ୟବ୍ୟାପୀ ଏହାର ଜୋରଦାର ପ୍ରତିବାଦ କରିଛନ୍ତି ନବନିର୍ମାଣ କୃଷକ ସଂଘର ଚାଷୀମାନେ । ତେବେ ଏହାକୁ ନେଇ ଜଗତସିଂହପୁର, ଢ଼େଙ୍କାନାଳ, ବ୍ରହ୍ମପୁରରେ ନବନିର୍ମାଣ କୃଷକ ସଂଗଠନର ଚାଷୀମାନେ ବିଭିନ୍ନ ନାରା ଦେଇ ବିକ୍ଷୋଭ କରିଛନ୍ତି । ସେମାନେ ଦାମୋଦର ରାଉତଙ୍କ କୁଶପୁତଳିକା ଦାହ କରିବା ସହ ତାଙ୍କର ଇସ୍ତଫା ମଧ୍ୟ ଦାବି କରିଛନ୍ତି ।

ତେବେ ଗୋଟିଏ ପଟେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୩୨ ହଜାର କୋଟି ଟଙ୍କାର କୃଷି ଋଣ ଛାଡ଼ କରିବା ପରେ ସ୍ୱାଭାବିକ ଭାବେ ଓଡ଼ିଶାରେ ମଧ୍ୟ କୃଷି ଋଣ ନେଇଥିବା ଚାଷୀ ଏଭଳି ପଦକ୍ଷେପ ନେଇ ଆଶାବାଦୀ ଅଛନ୍ତି । କିନ୍ତୁ ତା ଭିତରେ ମନ୍ତ୍ରୀଙ୍କ ବୟାନ ବିବାଦ ସୃଷ୍ଟି କରିଛି । ଓଡ଼ିଶାରେ ୪୩ ଲକ୍ଷ ଚାଷୀଙ୍କୁ ଋଣ ଛାଡ଼ିଲେ ପ୍ରାୟ ୧୯ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ହିସାବ କରାଯାଇଛି । ଆଉ ଏତିକିବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଋଣ ଛାଡ଼ ନେଇ ତର୍ଜମା କରାଯାଉଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-