ରାଜରାସ୍ତାରେ ମାଣ ବସାଇଲେ ଶିକ୍ଷୟତ୍ରୀ ; ସରକାରଙ୍କ ସହ ଆଲୋଚନା ପରେ ବି ଆନ୍ଦୋଳନ ଜାରି

49

କନକ ବ୍ୟୁରୋ : ରାଜରାସ୍ତାରେ ମାଣ ବସାଇଲେ ଶିକ୍ଷୟତ୍ରୀ । ସରକାରଙ୍କ ସହ ଆଲୋଚନା ପରେ ବି ଶିକ୍ଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଆଜି ଗୁରୁବାର ହୋଇଥିବାରୁ ରାଜରାସ୍ତାରେ ମାଣ ବସାଇଛନ୍ତି ଶିକ୍ଷୟତ୍ରୀ । ଦାବି ନେଇ ନିଷ୍ପତି କରିବାକୁ ଶିକ୍ଷକଙ୍କୁ ୧୫ ଦିନ ସମୟ ମାଗିଛନ୍ତି ରାଜ୍ୟ ସରକାର । ଗଣଶିକ୍ଷା ମନ୍ତ୍ରୀ ଓ ଦୁଇ ଶିକ୍ଷକ ସଂଗଠନ ସହ ଆଲୋଚନା ସରିଥିଲେ ସୁଦ୍ଧା ଆନ୍ଦୋଳନ ଜାରି ରହିଛି । ଲିଖିତ ପ୍ରତିଶ୍ରୁତି ନମିଳିବାଯାଏ ଆନ୍ଦୋଳନ ଚାଲୁରହିବ ବୋଲି ଶିକ୍ଷକ ସଂଗଠନ ପକ୍ଷରୁ କୁହାଯାଇଛି । ଶିକ୍ଷକଙ୍କ ୩ ଦଫାଦାବି ଦେଇ ଗତକାଲି ଶିକ୍ଷକ ସଂଗଠନ ସହ ଆଲୋଚନା କରିଥିଲେ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର । ଶିକ୍ଷକଙ୍କ ଦାବି ନେଇ ଦୁଇଟି କମିଟି ଗଠନ କରାଯାଇଥିବା ମନ୍ତ୍ରୀ କହିଛନ୍ତି ।