ଆଜି ଆରବିଆଇ କରିବ ଚଳିତ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରାନୀତି ସମୀକ୍ଷା ! ସୁଧ ହାର କମିବା ସମ୍ଭାବନା କମ୍

30

କନକ ବ୍ୟୁରୋ : ଆଜି ଆରବିଆଇ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରାନୀତି ସମୀକ୍ଷା କରାଯିବ । ଆଜି ମୁଦ୍ରାନୀତି କମିଟି ପକ୍ଷରୁ ସୁଧ ହାର ସମୀକ୍ଷା ରିପୋର୍ଟ ପ୍ରକାଶ କରାଯିବ । ତେବେ ସୁଧ ହାର ହ୍ରାସ ପାଇବା ସମ୍ଭାବନା କମ୍ ରହିଛି । ଦେଶରେ ଉଭୟ ପାଇକାରୀ ଓ ଖୁଚୁରା ମୁଦ୍ରାସ୍ଫୀତି ବୃଦ୍ଧି ପାଉଥିବାରୁ କମିଟି ରେପୋ ହାରରେ କୌଣସି ପରିବର୍ତନ ନଆଣିପାରେ ।