ରାୟଗଡାରେ ମାଓବାଦୀଙ୍କ ଲଙ୍କାକାଣ୍ଡ

13

ରାୟଗଡା: ରାୟଗଡାରେ ମାଓବାଦୀଙ୍କ ଲଙ୍କାକାଣ୍ଡ । କଲ୍ୟାଣସିଂହପୁରରେ ଠିକାଦାର କ୍ୟାମ୍ପରେ ବହୁ ଗାଡି ପୋଡିଛନ୍ତି ମାଓବାଦୀ । ୪ ଟ୍ରାକ୍ଟର,ଗୋଟେ ଜେସିବି, ୨ ଟିପର ଓ ପାଣି ଟାଙ୍କିରେ ନିଆଁଲଗାଇଛନ୍ତି ନକ୍ସଲ । କାଶୀପୁର ବ୍ଲକ ଲାକର୍ସି ଗାଁରେ ଗତକାଲି ବିଳମ୍ବିତ ରାତିରେ ମାଓବାଦୀ ଏହି କାଣ୍ଡ ଘଟାଇଛନ୍ତି । ପାଖାପାଖି ୮୦ରୁ ଅଧିକ ମାଓବାଦୀ ଏହି ହିଂସାକାଣ୍ଡ ଘଟାଇଥିବା ଜଣାପଡିଛି । ଘଟଣା ସ୍ଥଳରୁ ମାଓ ପୋଷ୍ଟର ମଧ୍ୟ ଜବତ ହୋଇଛି । ବାସଧରା,ଗୁମୁସର,ନାଗାବଳି ଡିଭିଜନର ମାଓବାଦୀ ଏଭଳି କାଣ୍ଡ ଘଟାଯାଇଥିବା ଜଣାପଡିଛି ।