ଦିନ ଦ୍ୱିପହରେ ଲୁଟ୍ : ରାୟଗଡ଼ାରେ ବ୍ୟବସାୟୀଙ୍କ ଗାଡ଼ି ଭିତରୁ ୮ ଲକ୍ଷ ଝାମ୍ପିନେଲେ ଲୁଟେରା

17

କନକ ବ୍ୟୁରୋ : ଦିନ ଦ୍ୱିପହରେ ଲୁଟ୍ । ଗାଡି ଭିତରୁ ଲକ୍ଷାଧିକ ଟଙ୍କା ଝାମ୍ପିନେଲେ ଲୁଟେରା । ରାୟଗଡ଼ା ଜିଲ୍ଲା ରିଙ୍ଗ ରୋଡ୍ ନିକଟ ବିଦ୍ୟାନଗର ଠାରେ ନିଜ ଘର ଆଗରୁ ଗାଡ଼ିରୁ ୮ ଲକ୍ଷ ଟଙ୍କା  ଲୁଟିନେଲେ ଲୁଟେରା । ଲୁଟର ଶିକାର ହୋଇଛନ୍ତି ଅଦିତି ମୋଟର ମାଲିକ ଅଶୋକ ଜୈନ । ଅଶୋକ ଷ୍ଟେଟ ବ୍ୟାଙ୍କରୁ ୮ଲକ୍ଷ ଟଙ୍କା ଉଠାଇ ଘରକୁ ଫେରୁଥିବାବେଳେ ୨ଜଣ ଯୁବକ ଏକ ପଲସରରେ ଆସି ଟଙ୍କା ବ୍ୟାଗ୍ ଲୁଟି ନେଇଛନ୍ତିି । ଆଶ୍ଚର୍ଯ୍ୟର ବିଷୟ ଆଗ ସିଟରେ ଡ୍ରାଇଭର ଥିବା ବେଳେ ଲୁଟେରାମାନେ ଲୁଟି ନେଇଛନ୍ତି ଟଙ୍କା ବ୍ୟାଗ୍ । ଘଟଣାସ୍ଥଳରେ ରାୟଗଡ଼ା ପୋଲିସ୍ ପହଂଚି ତଦନ୍ତ ଆରମ୍ଭ କରିଛି ।

ଦେଖନ୍ତୁ ଏହି ଭିଡିଓ –