ଶ୍ରୀରାମ ଜନ୍ମଭୂମି- ବାବ୍ରିମସଜିଦ ସମସ୍ୟା ସମାଧାନ ପାଇଁ ଆକ୍ସନରେ ଶ୍ରୀ ଶ୍ରୀ ! ଆଜି ଅଯୋଧ୍ୟା ଯିବେ ରବିଶଙ୍କର

38

କନକ ବ୍ୟୁରୋ : ରାମ ଜନ୍ମଭୂମି-ବାବ୍ରୀ ମସଜିଦ ବିବାଦର ସମାଧାନ ଲାଗି ଆଧ୍ୟାତ୍ମକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଉଦ୍ୟମ ଜୋରଦାର ହୋଇଛି । ଆଜି ରବିଶଙ୍କର ଅଯୋଧ୍ୟା ଯିବେ ଓ ବିଭିନ୍ନ ପକ୍ଷକୁ ଭେଟିବେ । ତେବେ ଏହାପୂର୍ବରୁ ରବିଶଙ୍କରଙ୍କ ଉଦ୍ୟମ ଉପରେ ଅନେକ ପକ୍ଷ ପ୍ରଶ୍ନ ଉଠାଇଛନ୍ତି । ଏ ନେଇ ରବିଶଙ୍କର ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ କିଛି ହିନ୍ଦୁ ସପକ୍ଷବାଦୀଙ୍କୁ ଭେଟିଥିଲେ । ରବିଶଙ୍କରଙ୍କ ଫର୍ମୁଲାର ଏ ଯାଏଁ ଖୁଲାସା ହୋଇନାହିଁ । କିନ୍ତୁ ଏହି ଉଦ୍ୟମକୁ ଚାରିଆଡୁ ବିରୋଧ କରାଗଲାଣି ।

ସୁନ୍ନି ୱାକଫ ବୋର୍ଡ ରବିଶଙ୍କର ଉଦ୍ୟମକୁ ଖାରଜ କରିଦେଇଛି । ବାବ୍ରୀ ଆକ୍ସନର କମିଟିର ସଂଯୋଜନ ଜାଫରୟାବ ଜିଲାନି କହିଛନ୍ତି, ମୁସଲମାନମାନେ ବାବ୍ରୀ ମସଜିଦ ପାଇଁ ନିଜ ଦାବିରୁ ହଟିବେ ନାହିଁ । କିଛି ହିନ୍ଦୁ ସପକ୍ଷବାଦୀ ବି ଉଦ୍ୟମକୁ ବିରୋଧ କରିଛନ୍ତି । ରାମ ଜନ୍ମଭୂମି-ବାବ୍ରୀ ମସଜିଦ ବିବାଦ ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି । କୋର୍ଟ ବାହାରେ ମାମଲାର ସମାଧାନ ଲାଗି ବି ସୁପ୍ରିମକୋର୍ଟ ଚାହୁଁଛନ୍ତି । ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଡିସେମ୍ବର ୫ ତାରିଖରୁ ଆରମ୍ଭ ହେବ ।