ଗଣେଶ ମେଢ଼ ଭସାଣକୁ ନେଇ ଗୋଷ୍ଠି ସଂଘର୍ଷ ଘଟଣା : ରାଉରକେଲା ଓ ପଟ୍ଟାମୁଣ୍ଡାଇରେ ବଳବତର ୧୪୪ ଧାରା

30

ରାଉରକେଲା : ରାଉରକେଲା ଗଣେଶ ମେଢ଼ ଭସାଣକୁ ନେଇ ଗୋଷ୍ଠି ସଂଘର୍ଷ ଘଟଣାରେ ଲଗାଯାଇଥିବା ୧୪୪ଧାରା ବଳବତର ରହିଛି । ବିଶ୍ରା ଛକଠାରୁ ଆମ୍ବେଦକର ଛକ ପର୍ଯ୍ୟନ୍ତ ୧୪୪ଧାରା ବଳବତ୍ତର ରହିଛି । ଏହି ଘଟଣାରେ ଜଡିତ ୧୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ । ତେବେ ସ୍ଥିତିରେ ସୁଧାର ଆସୁଥିବା ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି ।

ସେପଟେ ପଟ୍ଟାମୁଣ୍ଡାଇରେ ବି ୧୪୪ ଧାରା ବଳବତର। ତିନି ଦିନ ପରେ ସ୍ଥିତିରେ କିଛି ମାତ୍ରାରେ  ସୁଧାର ଆସିଛି । ତଥାପି ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ଏବେ ବି ପଟ୍ଟାମୁଣ୍ଡାଇରେ ୩ ପ୍ଲାଟୁନ ଫୋର୍ସ ମୁତୟନ ଅଛନ୍ତି । ଗଣେଷ ଓ କୁଦୁରୁକୁଣି ଭସାଣକୁ ନେଇ ଉଭୟ ଗୋଷ୍ଠିଙ୍କ ମଧ୍ୟରେ ସଂଘର୍ଷକୁ ହୋଇଥିଲା । ଏହି ଘଟଣାରେ ୩ଜଣଙ୍କୁ ଗିରଫ କରିଛି ପୁଲିସ ।

ଦେଖନ୍ତୁ ଏହି ଭିଡିଓ –