ଜାଲିଆତି କରି ରାସନକାର୍ଡ ତିଆରି କରିଥିବା ବ୍ୟକ୍ତିମାନଙ୍କର ମାମଲା ପ୍ରତ୍ୟାହାର ପାଇଁ ଡିିଜିଙ୍କ ନିର୍ଦେଶ

44

ଋଣ ଛାଡ଼ ପରି କେସ୍ ଛାଡ଼ ପାଇଁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ଏହାକୁ କାର୍ଯ୍ୟକାରୀ କରିବାକୁ ଯାଇ ପୁଲିସ ଡିିଜି ରାଜ୍ୟର ସମସ୍ତ ଏସପିଙ୍କୁ ଜାଲିଆତି କରି ରାସନକାର୍ଡ ତିଆରି କରିଥିବା ବ୍ୟକ୍ତିମାନଙ୍କର ମାମଲା ପ୍ରତ୍ୟାହାର କରିବା ପାଇଁ ନିର୍ଦେଶ ଦେଇଛନ୍ତି ।

ପଂଚାୟତ ନିର୍ବାଚନ ପୂର୍ବରୁ ଏହି ନିଷ୍ପତି ନେବା ପାଇଁ ସରକାର ବାଧ୍ୟ ହୋଇଥିଲେ । କାରଣ ରାଜ୍ୟର ବିଭିନ୍ନ ଜାଗାରେ ମିଛ ରାସନ କାର୍ଡ ମାମଲାରେ ଗିରଫଦାରୀ ନେଇ ପ୍ରତିବାଦ ଆସିଥିଲା। କିନ୍ତୁ ରାଜ୍ୟର ଅନେକ ହିତାଧିକାରୀ ରାସନ କାର୍ଡ ପାଇବାରୁ ବଂଚିତ ହୋଇଥିବାବେଳେ ଅନେକ ଲୋକ ଜାଲ୍ ତଥ୍ୟ ଦେଇ ରାସନ କାର୍ଡ ହାତେଇଥିଲେ । ଯାହାକୁ ନେଇ ଜନ ଅସନ୍ତୋଷ ଜାରି ହୋଇଥିଲା ।

ପରବର୍ତୀ ସମୟରେ ନିୟମ କଡ଼ାକଡ଼ି କରି ଏହି ଭଳି ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ । ଚାପ ବଢ଼ିଲେ କେସ କରିବା ପାଇଁ ନିଷ୍ପତି ଏବଂ ଅସନ୍ତୋଷ ହେଲେ କେସ୍ ଛାଡ଼ିବାର ନିଷ୍ପତି ଏବେ ଜାଲ ରାସନ କାର୍ଡ ମାମଲାକୁ ଗୋଳମାଳିଆ କରିଦେଇଛି । ତେବେ ରାଜ୍ୟ ସରକାରଙ୍କ ନିଷ୍ପତି କାର୍ଯ୍ୟକାରୀ ଦିଗରେ ହୁଏତ ଆଇନଗତ ପ୍ରତିବନ୍ଧକ ସାମ୍ନାକୁ ଆସିପାରେ।