ରଥ ଯାତ୍ରା ପାଇଁ ପ୍ରସ୍ତୁତି : ଆଜି ପୁରୀରେ ଆଇନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ତୃତୀୟ ସମନ୍ୱୟ ବୈଠକ

45

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ପ୍ରଶାସନର ରଥଯାତ୍ରା ଚିନ୍ତା । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଯେତିକି ପାଖେଇ ଆସୁଛି ପ୍ରଶାସନର ତତ୍ପରତା ମଧ୍ୟ ବଢୁଛି । ରଥଯାତ୍ରା ନେଇ ଆଜି ବସିବ ତୃତୀୟ ସମନ୍ୱୟ କମିଟି ବୈଠକ । ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସକାଳ ୧୦ଟା ୩୦ରେ ଏହି ବୈଠକ ବସିବ । ବୈଠକରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ସୁରୁଖୁରୁରେ ସାରିବା, ଆଇନଶୃଂଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା, ଯାତ୍ରୀମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବା ନେଇ ଆଲୋଚନା ହେବ । ୧୦ଟି ବିଭାଗର ମନ୍ତ୍ରୀ ଓ ବିଭାଗୀୟ ସଚିବମାନେ ମଧ୍ୟ ଏହି ବୈଠକରେ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି ।