ଶରଧାବାଲିରେ ପହଂଚିଲା ତିନି ରଥ

34

ପୁରୀ ବ୍ୟୁରୋ ,କନକ ନ୍ୟୁଜ୍ : ଚଳଚଂଚଳ ଶ୍ରୀକ୍ଷେତ୍ର । ଅଧାବଟାରେ ଅଟକି ରହିଥିବା ଶ୍ରୀଜିଉଙ୍କ ରଥ ଆଜି ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଂଚିଛି । ପ୍ରଥମେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ଶରଧାବାଲିରେ ପହଂଚିବା ପରେ ଦେବୀ ଶୁଭଦ୍ରାଙ୍କ ଦର୍ପଦଳନ ଓ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ପହଂଚିଛି । ଆଜି ସକାଳ ୯ଟାରୁ ଅଧାବାଟରେ ଅଟକିଥିବା ତିନି ରଥକୁ ଟାଣିନେଇଥିଲେ ଲକ୍ଷାଧିକ ଭକ୍ତ । ତିନି ରଥକୁ କଡା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି ।