ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ମୋବାଇଲରେ ବ୍ୟସ୍ତ ରହିଲେ ରାହୁଲ । ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

ପାଖାପାଖି ୨୦ମିନିଟ ପର୍ଯ୍ୟନ୍ତ ଫୋନରେ ବ୍ୟସ୍ତଥିଲେ କଂଗ୍ରେସ ଅଧ୍ୟକ୍ଷ

663

କନକ ବ୍ୟୁରୋ: ରାଷ୍ଟ୍ରପତିଙ୍କ ଅଭିଭାଷଣବେଳେ ସଂସଦରେ ମୋବାଇଲରେ ବ୍ୟସ୍ତ ରହିଲେ ରାହୁଲ ଗାନ୍ଧି । ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ବୋଧିତ କରୁଥିବା ବେଳେ ରାହୁଲ ଗାନ୍ଧିଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି । ରାଷ୍ଟ୍ରପତି ଅଭିଭାଷଣ ରଖୁଥିବାବେଳେ ରାହୁଲ ଗାନ୍ଧି ମୋବାଇଲ ଦେଖୁଛନ୍ତି । ରାଷ୍ଟ୍ରପତିଙ୍କ ଦୀର୍ଘ ଏକ ଘଂଟାରୁ ଅଧିକ ଅଭିଭାଷଣ ସମୟରେ ପାଖାପାଖି ପ୍ରଥମ ୨୪ମିନିଟ ଯାଏଁ ରାହୁଲ ମୋବାଇଲ ଦେଖୁଥିବା ଭିଡିଓରେ ଦେଖିବାକୁ ମିଳିଛି ।

ପରବର୍ତୀ ୨୦ ମିନିଟ ଯାଏଁ ରାହୁଲ ମା ସୋନିଆ ଗାନ୍ଧିଙ୍କ ସହ କଥାବର୍ତା କରୁଥିବାର ଦେଖିବାକୁ ମିଳିଛି । ଏହି ସମୟରେ ରାଷ୍ଟପ୍ରତି ଅନେକ ପ୍ରସଙ୍ଗ ଉପରେ ଚର୍ଚ୍ଚା କରୁଥିଲେ । କିନ୍ତୁ ରାହୁଲ ନିଜ ମୋବାଇଲରେ ବ୍ୟସ୍ତ ଥିଲେ । ସେଠାରେ ଉପସ୍ଥିତ ସାଂସଦମାନେ ଟେବୁଲ ବାଡେଇ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ସମର୍ଥନ ଜଣାଉଥିବାବେଳେ ରାହୁଲ କିନ୍ତୁ ମୋବାଇଲରେ ବ୍ୟସ୍ତ ଥିବା ଦେଖିବାକୁ ମିଳିଛି ।