ସେଲରେ ରେଡ୍ ପରେ ଜେଲ ଛାଡିବେ ରମେଶ

38

ବ୍ରହ୍ମପୁର: ବ୍ରହ୍ମପୁର ସର୍କଲ ଜେଲର ହାଇ ସିକ୍ୟୁରିଟି ଜୋନ୍ ଭିତରକୁ କେମିତି ଗଲା ମୋବାଇଲ୍, ଟଙ୍କା ଓ ନିଶାଦ୍ରବ୍ୟ । ଜେଲ୍ ଭିତରେ ରହି ବ୍ରହ୍ମପୁର ବାହୁବଳୀ ନେତା ରମେଶ ଜେନା କେମିତି କରୁଥିଲେ ଅପରେଟ୍ । ଏ ପ୍ରଶ୍ନ ସମସ୍ତଙ୍କୁ ଆଶ୍ଚଯ୍ୟ କରିଥିବା ବେଳେ ଜେଲ୍ କର୍ତୃପକ୍ଷ ତରବରିଆ ଭାବେ ଜଣେ ୱାର୍ଡରଙ୍କୁ ନିଲମ୍ବନ ଓ ଜଣଙ୍କୁ ଟ୍ରାନ୍ସଫର୍ କରିଛନ୍ତି । କେବଳ ସେତିକି ନୁହେଁ ଚଢଉକୁ ଦୁଇ ଦିନ ବିତି ଯାଇଥିଲେ ମଧ୍ୟ ଥାନାରେ ଏ ନେଇ କୌଣସି ମାମଲା ରୁଜୁ ହୋଇ ନାହିଁ । ସେପଟେ ରମେଶ ଜେନା ଓ ତାଙ୍କ ସହଯୋଗୀ ତଥା କଂଗ୍ରେସ୍ କର୍ପୋରେଟର ରଂଜିତ୍ ନାୟକଙ୍କୁ ଭିନ୍ନ ଭିନ୍ନ ଜେଲକୁ ସ୍ଥାନନ୍ତର କରିବାକୁ କର୍ତୃପକ୍ଷ ନିଷ୍ପତି ନେଇଛନ୍ତି ।

ବ୍ରହ୍ମପୁର ସର୍କଲ ଜେଲର ହାଇ ସିକ୍ୟୁରିଟି ଜୋନରେ ସିସିଟିଭିର ନଜର । ମାଳ ମାଳ କର୍ମଚାରୀ ଥାଇ ସୁଦ୍ଧା ତା ଭିତରେ ଚାଲିଥିଲା ଡନ୍ ଗିରି । ତେଣୁ ରମେଶଙ୍କୁ ଛତ୍ରପୁର ଜେଲ ଓ ରଂଜିତଙ୍କୁ ଦିଗପହଣ୍ଡି ଜେଲକୁ ସ୍ଥାନାନ୍ତର କଥାକୁ ସହଜରେ ଗ୍ରହଣ କରାଯାଇ ପାରୁନି । ଆଉ ସେପଟେ ଜେଲ କର୍ତୃପକ୍ଷଙ୍କ ସାଧୂତା ଉପରେ ବି ଉଠିଛି ପ୍ରଶ୍ନ ।