ରାମମନ୍ଦିର ଛକରେ ଏକ ଅଡି କାର ଉପରେ ଦୁର୍ବୃତଙ୍କ ଆକ୍ରମଣ : ଘଟଣାରେ ଜଣେ ବ୍ୟକ୍ତି ଆହତ

52

ଭୁବନେଶ୍ୱର : ରାମମନ୍ଦିର ଛକରେ ଏକ ଅଡି କାର ଉପରେ ଦୁର୍ବୃତ ମାନେ ଆକ୍ରମଣ କରିଛନ୍ତି । ଘଟଣାରେ ଜଣେ ବ୍ୟକ୍ତି ଆହତ ହୋଇଥିବା ଜଣାପଡିଛି । କଳା ରଙ୍ଗର ଏହି କାରଟି ବାଣୀବିହାର ପଟୁ ମାଷ୍ଟରକ୍ୟାଟିଂନ ଆଡକୁ ଯାଉଥିବା ବେଳେ ଦୁଇଜଣ ଯୁବକ ବାଇକରେ ଆସି ବାଡିରେ କାର କାଚକୁ ଭଙ୍ଗାରୁଜା କରିବା ସହିତ ଚାଳକକୁ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ତେବେ ପୂର୍ବ ଶତୃତାକୁ କେନ୍ଦ୍ର କରି ଏଭଳି ଘଟଣା ଘଟିଥିବା ପୋଲିସ ଅନୁମାନ କରିଛି ।