ଜଗତସିଂହପୁରରେ ଆଜି ନିର୍ବାଚନ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ରାମକ୍ରିପାଲ ଯାଦବ

14

କନକ ବ୍ୟୁରୋ : ଆଜି ଜଗତସିଂହପୁରରେ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ରାମ କ୍ରିପାଲ ଯାଦବ । ଜଗତସିଂହପୁରରେ ଆୟୋଜିତ ନିର୍ବାଚନୀ ସଭାରେ ବିଜେପି ସମର୍ଥିତ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ରାମ କ୍ରିପାଲ । ତେବେ ରାଜ୍ୟ ସରକାର ତାଙ୍କୁ ସୁରକ୍ଷା ଯୋଗାଇ ଦେଇ ନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ରାମ କ୍ରିପାଲ ଯାଦବ । ରାଜ୍ୟ ସରକାର ପ୍ରୋଟୋକଲ ଭାଙ୍ଗିବା ସହ ତାଙ୍କୁ ସର୍ବନିମ୍ନ ସୁରକ୍ଷା ମଧ୍ୟ ଦେଇନାହାନ୍ତି ବୋଲି ରାମକ୍ରିପାଲ କହିଛନ୍ତି ।

ପୂର୍ବରୁ ଅନେକ ସତ୍ୟ ପଦାକୁ ଆଣି ରାଜ୍ୟ ସରକାରଙ୍କ ମୁଖା ଖୋଲିଥିବାରୁ ରାଜ୍ୟ ସରକାର ଏଭଳି କରିଥିବା ସେ କହିଛନ୍ତି । କେନ୍ଦ୍ର କରୁଥିବା ଯୋଜନାର ସଦୁପଯୋଗ କରାଯାଉନାହିଁ । ୧୭ ବର୍ଷ ହେଲା ରାଜ୍ୟ ସରକାର ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । ଏସବୁ କଥା ସେ ନିର୍ବାଚନୀ ସଭାରେ ଲୋକଙ୍କ ଆଗରେ ଉପସ୍ଥାପନ କରିବେ ବୋଲି କହିଛନ୍ତି ।