ରାଜ୍ୟସଭା ଲବି ଜୋରଦାର

36

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କିଏ ଯିବ ରାଜ୍ୟସଭା । କାର୍ଯ୍ୟକାଳ ଶେଷ ହୋଇଥିବା ପ୍ୟାରୀମୋହନ ମହାପାତ୍ର, ବୈଷ୍ଣବ ପରିଡା ଓ ଭୂପିନ୍ଦର ସିଂଙ୍କ ସ୍ଥାନରେ କାହାକୁ ପଠାଯିବ ରାଜ୍ୟ ସଭା । ବିଜେଡି ରାଜନୀତିରେ ଏବେ ଏହା ସବୁଠାରୁ ବଡ ପ୍ରଶ୍ନ । ରାଜ୍ୟସଭା ଯିବା ପାଇଁ ଆରମ୍ଭ ହୋଇଯାଇଛି ଜୋରଦାର ଲବି । ପାୱାର କରିଡରରେ ଚାଲିଛି ନେତାଙ୍କ ଲବି । ଏସବୁ ଭିତରେ ଆଜି ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ହୋଇପାରିବ । ଜୁନ୍ ୧ ତାରିଖରେ ପ୍ରାର୍ଥୀପତ୍ର ଯାଂଚ ପରେ ୩ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ହେବ । ୧୧ ତାରିଖରେ ନିର୍ବାଚନ ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ତେବେ ୩ ତାରିଖ ସୁଦ୍ଧା ଯଦି କୌଣସି ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା ନହୁଏ ତେବେ ସେହିଦିନ ଫଳାଫଳ ପ୍ରକାଶ ପାଇବ । ଏ ସମସ୍ତ ପ୍ରକ୍ରିୟା ଜୁନ୍ ୧୩ ତାରିଖରେ ଶେଷ ହେବ । ବିଧାନସଭାରେ ବିଜେଡିର ୧୧୭ ଜଣ ସଦସ୍ୟ ଥିବାରୁ ତିନିଟି ଯାକ ଆସନରେ ବିଜେଡି ପ୍ରାର୍ଥୀ ଯିବା ନିଶ୍ଚିତ ।