ଭଦ୍ରକରେ ପହଞ୍ଚିଲେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ । ରାଣୀତାଲଠାରେ ଦଳୀୟ କର୍ମୀଙ୍କୁ ଉଦବୋଧନ ଦେବାର ରହିଛି କାର୍ଯ୍ୟକ୍ରମ

ଭଦ୍ରକରେ ପହଞ୍ଚିଲେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ

202

କନକ ବ୍ୟୁରୋ : ଭଦ୍ରକରେ ପହଞ୍ଚିଲେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ । ଭଦ୍ରକର ରାଣୀତାଲଠାରେ ସେ ବୁଥସ୍ତରୀୟ ଦଳୀୟ କର୍ମୀଙ୍କୁ ଉଦବୋଧନ ଦେବାର ରହିଛି କାର୍ଯକ୍ରମ । ତେବେ ମିଳିଥିବା ସୂଚନା ଅନୁସାରେ, ରାଜନାଥଙ୍କ କାର୍ଯ୍ୟକ୍ରମରେ ପଡୋଶୀ ବାଲେଶ୍ୱର, କେନ୍ଦୁଝର ଓ ମୟୂରବଞ୍ଜ କର୍ମୀମାନେ ଯୋଗ ଦେବେ । ସଭାରେ ଭାଷଣ ଦୋବ ପୂର୍ବରୁ ରାଜନାଥ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି । ତାଙ୍କ ସାଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ରହିଛନ୍ତି । ତେବେ ୨୦୧୯ ନିର୍ବାଚନ ଯେତିକି ପାଖଉଛି ରାଜନୈତିକ ଦଳ ମଧ୍ୟରେ ତତ୍ପରତା ସେତିକି ପ୍ରକାଶ ପାଉଛି ।

ଆଉ ସେହି ଉତ୍କଣ୍ଠା ନେଇ ଜନତାଙ୍କ ନିକଟତର ହେବାକୁ ବିଜେପିର ଏକାଧିକ ହେବିୱେଟ ଆସୁଛନ୍ତି ଓଡିଶା ଗସ୍ତରେ । ଉତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଳାହାଣ୍ଡି ଗସ୍ତରେ ଆସୁଥିବା ବେଳେ ଆଜି ରାଜନାଥ ଉତ୍ତର ଓଡିଶା ଆସିଛନ୍ତି। ଏ ସରକାର ବଦଳିବା ଦରକାର ନାରା ଦେଇ ବିଜେପି ୧୪୭ ବିଧାନସଭା ଆସନରେ ସମାବେଶ କରିବାକୁ ଯାଉଛି । ଆଜି ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ଗୃହ ମନ୍ତ୍ରୀ ରାଜନାଥ ସିଂହ । ତେବେ ରାଜନାଥଙ୍କ ଫୋକସରେ ରହିବ ଉତର ଓଡିଶା । ୪ଟି ଲୋକସଭା ଆସନ, କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱରରେ ସ୍ଥିତିର ସମୀକ୍ଷା କରିବେ ରାଜନାଥ ।