ଅମିତାଭ ବଚ୍ଚନଙ୍କୁ ଭେଟିବେ ରଜନୀକାନ୍ତ ! ରାଜନୀତି ନେଇ ହୋଇପାରେ ଆଲୋଚନା

55

ସୁପରଷ୍ଟାର ରଜନୀକାନ୍ତ ରାଜନୀତିରେ ପାଦ ରଖିବେ ବୋଲି ଏବେ ଚର୍ଚ୍ଚା ଜୋର ଧରିଛି । ଖବର ଅନୁସାରେ ସେ ଖୁୁବ୍ ଶୀଘ୍ର ନିଜର ବନ୍ଧୁ ଓ ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନଙ୍କ ସହ ନିଜର ରାଜନୀତି ଜୀବନର ଆରମ୍ଭ ନେଇ କଥାବାର୍ତ୍ତା କରିବେ । ବିତଗ କିଛି ସପ୍ତାହରେ ରଜନୀକାନ୍ତ ଏମିତି କିଛି ସଙ୍କେତ ଦେଇଛନ୍ତି, କି ସେ ବହୁତ ଯଲଦି ରାଜନୀତିରେ ପାଦ ରଖିବା ପାଇଁ ଚାହୁଁଛନ୍ତି ।

କିନ୍ତୁ ତାଙ୍କର ପରିବାର ଲୋକ ଏନେଇ ତାଙ୍କୁ ସମର୍ଥନ କରୁନଥିବା ସୂଚନା । ରାଜନୀତିରେ ପାଦ ଥାପିବା ପାଇଁ ତାଙ୍କ ଉପରେ ବହୁତ ଚାପ ପଡ଼ୁଛି, କିନ୍ତୁ ସେ ତରବରିଆ ଭାବେ କିଛି ନଷ୍ପତି ନେବା ପାଇଁ ଚାହାନ୍ତି ନାହିଁ । ଏଥିପାଇଁ ସେ ନିଜର ଅନେକ ବନ୍ଧୁଙ୍କ ସହ ସାକ୍ଷାତ କରିବା ସହ ପରାମର୍ଶ ନେଇପାରନ୍ତି ।

ପରାମର୍ଶ ନେବା ପାଇଁ ଯେଉଁ ବନ୍ଧୁ ମାନଙ୍କୁ ସେ ସାକ୍ଷାତ କରିବେ ସେହି ତାଲିକାରେ ଅମିତାଙ୍କ ନାଁ ସବୁଠୁ ଆଗରେ ଆସୁଛି । ରଜନୀକାନ୍ତଙ୍କ ସ୍ୱାସ୍ଥ୍ୟବସ୍ତା ଠିକ୍ ନଥିବା ଯୋଗୁଁ ତାଙ୍କ ଝିଅ ଚାହାନ୍ତିନି ସେ ବର୍ଷରେ ଏକରୁ ଅଧିକ ସିନେମା କରନ୍ତୁ । ସୁପରଷ୍ଟାର ରଜନୀକାନ୍ତ କହିଛି, ‘ରାଜନୀତିରେ ଆସିିବା ପାଇଁ ମୋର ସେମିତି କିଛି ବିଶେଷ ଆଗ୍ରହ ନାହିଁ, କିନ୍ତୁ ଯଦି ଏହା ଇଶ୍ୱରଙ୍କ ଇଚ୍ଛା ତେବେ ମୁଁ ରାଜନୀତିରେ ନିଶ୍ଚୟ ଆସିବି’ ।
 

                                                             ସୌଜନ୍ୟ – ଅମରଉଜାଲା

‘ଅନ୍ଧେରା କାଏମ୍’ ରଖିବାକୁ ୧୫ ଦିନ ଅନ୍ଧାରରେ ରହିଥିଲେ ନିଜେ ତମରାଜ୍ କିଲଭିସ୍ ! ଧାରାବାହିକ ଶକ୍ତିମାନକୁ ନେଇ ଜାଣନ୍ତୁ କିଛି ମଜାଦାର କଥା