ଆମ୍ମାଙ୍କୁ ଶ୍ରଦ୍ଧାଞ୍ଜଳୀ ! ଚଳିତବର୍ଷ ଜନ୍ମଦିନ ପାଳିବେ ନାହିିଁ ଅଭିନେତା ରଜନୀକାନ୍ତ

43

ଚଳିତବର୍ଷ ଅଭିନେତା ରଜନୀକାନ୍ତ ତାଙ୍କର ଜନ୍ମଦିନ ପାଳନ କରିବେ ନାହିଁ ବୋଲି ପ୍ରକାଶ କରିଛନ୍ତି । ୧୨ ଡ଼ିସେମ୍ବରରେ ସେ ୬୬ ବର୍ଷରେ ପଦାର୍ପଣ କରିବେ । କିନ୍ତୁ ପ୍ରତିବର୍ଷ ଭଳି ଏବର୍ଷ ତାଙ୍କର ଜନ୍ମଦିନ ପାଳନ ହେବ ନାହିଁ । ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇ ସେ ତାଙ୍କର ଜନ୍ମଦିନ ପାଳନ କରିବେ ନାହିଁ ବୋଲି ସୂଚନା ମିଳିଛିି । ଜୟଲଳିତାଙ୍କ ମୃତ୍ୟୁ ପରେ ରଜନୀକାନ୍ତ ରାଜାଜି ହଲରେ ପହଂଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହାସହ ସେ ତାଙ୍କ ପ୍ରଶସଂକ ମାନଙ୍କୁ ମଧ୍ୟ ନିବେଦନ କରିଛନ୍ତି ତାଙ୍କର ଜନ୍ମଦିନ ପାଳନ ନକରିବା ପାଇଁ ।