ବାଲେଶ୍ୱର ବ୍ୟୁରୋ, କନକ ନ୍ୟୁଜ: ସିବିଆଇ ଜେରା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନା । କହିଛନ୍ତି ସିବିଆଇ ଜେରା ନୂଆ କଥା ନୁହେଁ । ଏହା ମୋର ରାଜନୈତିକ ଜୀବନରେ କିଛି ପ୍ରଭାବ ପକାଇବ ନାହିଁ । ସିବିଆଇ ଯାହା ଜାଣିବାକୁ ଚାହୁଁଥିଲା ସେସବୁ ମୁଁ ଜଣାଇଛି । ଅନେକ ଜାତୀୟ ସ୍ତରର ନେତାଙ୍କୁ ବି ସିବିଆଇ ଜେରା କରିଛି । ତେଣୁ ଏଥିରେ ମୋର ଲୋକପ୍ରିୟତା ହ୍ରାସ ହେବନାହିଁ ବୋଲି କହିଛନ୍ତି ସାଂସଦ ରବୀନ୍ଦ୍ର ଜେନା ।
Kanak News is now on WhatsApp
Join and get latest news updates delivered to you via WhatsApp
ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନାଙ୍କୁ ସିସୋର ଚିଟଫଣ୍ଡ ଲିଙ୍କ୍ ନେଇ ଜେରା କରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକ । ସେ କହିଛନ୍ତି ଯେ ସିବିଆଇ କିଛି ଦିନ ଚୁପଚାପ୍ ରହିବା ପରେ ପୁଣି ଏବେ ସକ୍ରିୟ ହୋଇଥିବା ଜଣାପଡୁଛି । ତେଣୁ ବିଜେପି-ବିଜେଡି ଡ୍ରାମା ବୁଝିବା କଷ୍ଟ । ଅମିତ ଶାହ ଆସି ରାଜ୍ୟ ସରକାରଙ୍କୁ ଗାଳି ଦେଉଥିବା ବେଳେ ଅରୁଣ ଜେଟଲୀ ଓଡିଶା ଆସି ନବୀନଙ୍କୁ ପ୍ରଶଂସା କରୁଛନ୍ତି ।
ସେପଟେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ବି ନବୀନଙ୍କୁ ସଚ୍ଚୋଟ କହି ପ୍ରଶଂସା କରୁଛନ୍ତି । ସେହିପରି ବିମୁଦ୍ରାକରଣକୁ ସମର୍ଥନ କରିବା ପରେ ପୁଣି ଏବେ ବିଧାନସଭାରେ ବିରୋଧ କରୁଛି ବିଜେଡି । ତେଣୁ ଉଭୟ ଦଳ ବହୁରୂପୀ: ହୋଇଥିବା ବେଳେ ଏମାନଙ୍କୁ ଚିହ୍ନିବା ଭାରି କଷ୍ଟ ବୋଲି କହିଛନ୍ତି ନିରଂଜନ ।