ଦାଉ ସାଧିଲା ଲଘୁଚାପ ବର୍ଷା ! ବର୍ଷାରେ ଭିଜିଲା ପାଚିଲା ଧାନ

72

କନକ ବ୍ୟୁରୋ : ଅବପାତରେ ପରିଣତ ହେଲା ଲଘୁଚାପ । ଗୋପାଳପୂରଠାରୁ ଦକ୍ଷିଣ ପୂର୍ବ ଦିଗରେ ୫୧୦ କିଲୋମିଟର ଦୂରରେ ରହିଛି ଅବପାତ । ଆଗାମୀ ୨୪ ଘଂଟା ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ କହିଛି । ପୁରୀ, ଗଂଜାମ, ବାଲେଶ୍ୱର, ଖୋର୍ଦ୍ଧା, ଭୁବନେଶ୍ୱର, ଜଗତସିଂହପୁର, ଭଦ୍ରକ, ଚାନ୍ଦବାଲିରେ ପ୍ରବଳ ବର୍ଷିବ । ବନ୍ଦର ମାନଙ୍କରେ ୩ନମ୍ବର ବିପଦ ସଂକେତ ଜାରି କରାଯାଇଛି ।

ଦାଉ ସାଧିଲା ଲଘୁଚାପ ବର୍ଷା । ଲଘୁଚାପ ବର୍ଷାରେ ଭିଜିଲା ପାଚିଲା ଧାନ । ଜମିର କଟା ହୋଇ ପଡିଥିବା ଧାନ ଜମିରେ ଜମି ରହିଛି ବର୍ଷା ପାଣି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକର ହଜାର ହଜାର ଚାଷ ଜମି ଏବେ ଜଳାର୍ଣ୍ଣବ ହୋଇରହିଛି । ବର୍ଷାରେ ପାଚିଲା ଧାନ ଗଜା ହୋଇଯିବାର ଆଶଙ୍କା ଥିବାରୁ ଚିନ୍ତାରେ ପଡିଛନ୍ତି ଚାଷୀ । ସରକାରୀ ସ୍ତରରେ ଧାନ ଖଳା ହୋଇନଥିବା ବେଳେ ନିଜ ଜମିରେ କରିଥିବା ଚାଷୀ ଖଳାକୁ ଧାନ ନେଇଥିଲେ ମଧ୍ୟ ପଲିଥିନ୍ ଅଭାବରୁ ସେସବୁ ସେମିତି ଛାଡିଦେଇଛନ୍ତି । ସେପଟେ ଆଜି ସନ୍ଧ୍ୟାରେ ବର୍ଷା ଜନିତ ଫସଲ ହାନୀ ଓ ପାଣିପାଗ ଉପରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ସଚିବାଳୟରେ ୫ଟା ୩୦ରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ ।

ସେହିପରି ମଣ୍ଡିରେ ଫସଲକୁ ସୁରକ୍ଷିତ ରଖିବାକୁ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି ଏସଆରସି । ଏହା ସହିତ ପରାମର୍ଶ ଅନୁସାରେ କାର୍ଯ୍ୟ କରିବାକୁ କୃଷି ଅଧିକାରୀଙ୍କୁ ଦାୟୀତ୍ୱ ଦିଆଯାଇଛି ବୋଲି କହିଛନ୍ତି ଏସଆରସି । ଉପକୂଳ ଓଡ଼ିଶାରେ ଘଂଟା ପ୍ରତି ୪୫କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ସମୁଦ୍ରକ୍ରୁ ନଯିବାକୁ ମତ୍ସ୍ୟଜୀବୀଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି । ପୁୁରୀ ସର୍ବାଧିକ ଲଘୁଚାପ ବର୍ଷା ହୋଇଛି । ବର୍ଷା ଯୋଗୁଁ ସମୂଦ୍ର ଅଶାନ୍ତ ରହିଛି ।