ଦିନରେ ପ୍ରବଳ ତାତି, ସନ୍ଧ୍ୟାରେ କାଳବୈଶାଖୀ ! ତୁହାକୁ ତୁହା ବର୍ଷା ସାଙ୍ଗକୁ ଘଡ଼ଘଡ଼ି ଓ ବିଜୁଳି ଡର ନ୍ୟୁଜ୍ By Pranjna Parimita Behera On Apr 12, 2019 - 7:21 AM Last updated Apr 12, 2019 - 7:22 AM https://www.shutterstock.com 905 Share କନକ ବ୍ୟୁରୋ : ଦିନରେ ପ୍ରବଳ ତାତି । ଘରୁ ବାହାରିବା ମୁସ୍କିଲ୍ । ତାପମାତ୍ରା ଯେତିକି ବଢ଼ୁଥିଲା ଗୁଳୁଗୁଳି ବି ସେହି ଅନୁଯାୟୀ ହେଉଥିଲା । ଆଉ ସନ୍ଧ୍ୟାରେ କାଳବୈଶାଖୀ । ତୁହାକୁ ତୁହା ବର୍ଷା ସାଙ୍ଗକୁ ଘଡ଼ଘଡ଼ି ଓ ବିଜୁଳି ଡର । ଆଜି ଉପକୂଳ ଓଡ଼ିଶା ସମେତ କଟକ, ଖୋର୍ଧା ଓ ପୁରୀ ଜିଲ୍ଲାରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । Kanak News is now on WhatsApp Join and get latest news updates delivered to you via WhatsApp Join Now ସେପଟେ ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାରେ ତାପମାତ୍ରା ବଢ଼ି ଚାଲିଛି । ଗତକାଲି ୮ଟି ସହରର ତାପମାତ୍ରା ୪୦ ଉପରେ ଥିବାବେଳେ ଆଜି ୭ଟି ସହରର ତାପମାତ୍ରା ୪୦ ଡିଗ୍ରି ଟପିଥିଲା । ତାଳଚେର ରାଜ୍ୟର ଉତ୍ତପ୍ତ ସହର ଭାବେ ୪୧.୮ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଟିଟିଲାଗଡ଼ରେ ୪୧.୬, ବଲାଙ୍ଗୀରରେ ୪୧.୫, ମାଲକାନଗିରିରେ ୪୧, ଅନୁଗୁଳରେ ୪୦.୯, ଝାରସୁଗୁଡ଼ାରେ ୪୦.୬ ଡିଗ୍ରି ରହିଥିଲା । କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର, ହୀରାକୁଦରେ ବି ତାପମାତ୍ରା ବଢ଼ିଛି । ସବୁଠି ୩୮ ଡିଗ୍ରି ପାର୍ ହୋଇଥିଲା । କଟକର ତାପମାତ୍ରା ୩୯.୫ ଡିଗ୍ରିରେ ପହଞ୍ଚିଛି । ଭୁବନେଶ୍ବର ତାପମାତ୍ରା ବି ୩୮.୬ ଡିଗ୍ରି ରହିଥିଲା । ୧୫ ତାରିଖ ପର୍ଯ୍ୟନ୍ତ ଉପକୂଳ, ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ କାଳବୈଶାଖୀ ପ୍ରଭାବ ଜାରି ରହିବ । ଗୋଟିଏ ଦୁଇଟି ସ୍ଥାନରେ ହାଲକା ବର୍ଷା ସାଙ୍ଗକୁ ବଜ୍ରପାତ ହେବାର ଆଶଙ୍କା ରହିଛି । ବିଶେଷକରି ମାଳକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ଗଜପତି, ଗଞ୍ଜାମ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, ଜଗତ୍ସିଂହପୁର, ଢ଼େଙ୍କାନାଳ, ଝାରସୁଗୁଡ଼ା, ଖୋର୍ଧା ଓ କଟକର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ହୋଇପାରେ । ଏଥିସହ ଯେଉଁ ସ୍ଥାନ ଓ ସମୟରେ କାଳବୈଶାଖୀ ହେବାର ଆଶଙ୍କା ରହିଛି ତାହାର କିଛି ସମୟ ପୂର୍ବରୁ ଲୋକଙ୍କୁ ସତର୍କ କରାଯାଉଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । 905 Share FacebookTwitterGoogle+WhatsAppTelegramEmailPrint