ଠକେଇ କରୁଛନ୍ତି ପେଟ୍ରୋଲ ପମ୍ପ ! ସମ୍ବଲପୁର ଓ ବ୍ରହ୍ମପୁରରେ ମିଳିତ ଚଢାଉ

88

କନକ ବ୍ୟୁରୋ : ସୂର୍ଯ୍ୟ ନାରାୟଣ ପାତ୍ର ଯୋଗାଣ ବିଭାଗ ମନ୍ତ୍ରୀ ହେବା ପରେ ପେଟ୍ରୋଲ ପମ୍ପରେ ଯୋରଦାର ଚଢାଉ ହୋଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ୱର ପରେ ଆଜି ବ୍ରହ୍ମପୁର ସହର ଓ ଉପକଣ୍ଠ ତଥା ଜାତୀୟ ରାଜପଥ କଡରେ ଥିବା ସମସ୍ତ ପେଟ୍ରୋଲ ପମ୍ପରେ ଚଢାଉ କରିଛି ଯୋଗାଣ ବିଭାଗ । ପେଟ୍ରୋଲ ପମ୍ପରେ ଓଜନ ପରିମାଣ କମ୍ ଓ ଅପମିଶ୍ରିତ ଅଭିଯୋଗ ପରେ ଏହି ଚଢାଉ କରାଯାଇଥିବା ଜଣାପଡିଛି । ୱେଟ୍ ମିଟର ଯାଂଚ କରିଛନ୍ତି ଯୋଗାଣ ବିଭାଗ ଅଧିକାରୀ ।

ସେହିଭଳି ସମ୍ବଲପୁର ଜିଲ୍ଲାରେ ଥିବା ବିଭିନ୍ନ ପେଟ୍ରୋଲ ପମ୍ପରେ ଅଚାନକ ଚଢ଼ଉ କରାଯାଇଛି । ୩ଟି ଟିମ୍ ପେଟ୍ରୋଲ ପମ୍ପ ଗୁଡିକରେ ଚଢ଼ଉ କରିଛି । ପେଟ୍ରୋଲ ପମ୍ପର ମାପ ମିଟର ରିଡିଂ ଉପରେ ବେଶି ଗୁରୁତର ଦିଆଯାଇଛି । ଏସପିଏଲ ଓ ୱେଟ ମେଜର ଡିପାଟମେଂଟ ତରଫରୁ ୩ଟି ଟିମ୍ ଗଠନ ହୋଇଥିବା ବେଳେ ପାଖ।।ପଖି ୧୫ଟି ପେଟ୍ରୋଲ ପମ୍ପ ଉପରେ ଚଢ଼ଉ କରାଯାଇଥିବା ଜଣାପଡିଛି ।