କଂଗ୍ରେସର ମଙ୍ଗ ସମ୍ଭାଳିବେ ରାହୁଲ ଗାନ୍ଧି ! ଆଜି ଦଳୀୟ ନିର୍ବାଚନର ଶେଷ ଦିନରେ ଦାଖଲ କରିବେ ନାମାଙ୍କନ ପତ୍ର

42

କନକ ବ୍ୟୁରୋ : କଂଗ୍ରେସରେ ଆରମ୍ଭ ହେବ ରାହୁଲ ରାଜ । କଂଗ୍ରେସ ପାଇବ ନୂଆ ଅଧ୍ୟକ୍ଷ । ଦୀର୍ଘ ୧୯ ବର୍ଷ ପରେ ରାହୁଲ ଗାନ୍ଧି ହେବେ କଂଗ୍ରେସର ନୂଆ ସଭାପତି । ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନରେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ । କଂଗ୍ରେସ ମୁଖ୍ୟାଳୟରେ ନାମାଙ୍କନ ଦାଖଲ ପ୍ରକ୍ରିୟା କରାଯିବ । ରାହୁଲଙ୍କ ନାମାଙ୍କନ ଦାଖଲ ପ୍ରକ୍ରିୟାକୁ ଗ୍ରାଣ୍ଡ ଇଭେଂଟ କରିବାକୁ ଦଳ ସବୁପ୍ରକାରର ପ୍ରସ୍ତୁତି କରିଛି । ଆଉ କେହି ନାମାଙ୍କନ ଦାଖଲ କରିନଥିବାରୁ ରାହୁଲ ସଭାପତି ନିର୍ବାଚିତ ହେବା ଏକପ୍ରକାର ନିଶ୍ଚିତ ହୋଇଛି । ରାହୁଲଙ୍କ ନାମାଙ୍କନ ଦାଖଲ ସମୟରେ ପ୍ରାୟ ୯ ଶହ ପ୍ରତିନିଧି କଂଗ୍ରେସ ମୁଖ୍ୟାଳୟରେ ଉପସ୍ଥିତ ରହିବେ । ଦଳର ସମ୍ବିଧାନ ଅନୁସାରେ , ସଭାପତି ପଦ ପାଇଁ ଏଆଇସିସିର ୧୦ ସଦସ୍ୟ ପ୍ରସ୍ତାବକ ରହିବେ । ସୋନିଆ ମନମୋହନଙ୍କ ସମେତ ବରିଷ୍ଠ ନେତା ରହିବେ ପ୍ରସ୍ତାବକ ।

ରାହୁଲ ଗାନ୍ଧି କଂଗ୍ରେସର ଅଧ୍ୟକ୍ଷ ହେବା ପରେ ବି ତାଙ୍କ ରାସ୍ତା ଏତେ ସହଜ ହେବନାହିଁ । କାରଣ ତାଙ୍କ ଆଗରେ ରହଛି ଅନେକ ଚ୍ୟାଲେଞ୍ଜ । ଏବେ ଆସନ୍ତୁ ଜାଣିବା ରାହୁଲଙ୍କ ସାମ୍ନାରେ କ’ଣ ସବୁ ଚ୍ୟାଲେଞ୍ଜ ରହିଛି । ରାହୁଲଙ୍କ ସାମନାରେ ରହିଛି ଅନେକ ଗୁରୁତ୍ୱପୂର୍ଣ ଆହ୍ୱାନ . . .

– ରାହୁଲଙ୍କ ପ୍ରଥମ ଚ୍ୟାଲେଞ୍ଜ ହେବ ଗୁଜରାଟ ଓ ହିମାଚଳ ପ୍ରଦେଶ ନିର୍ବାଚନ

– ମୋଦିଙ୍କ ଗଡ ଗୁଜରାଟରେ ବିଜେପିକୁ ମୁକାବିଲା କରୁଛନ୍ତି ରାହୁଲ ଗାନ୍ଧି

– ଗୁଜରାଟ ନିର୍ବାଚନୀ ଫଳାଫଳ କଂଗ୍ରେସ ସପକ୍ଷରେ ଗଲେ ରାହୁଲଙ୍କ ପାଇଁ ରାସ୍ତା ସହଜ ହେବ

– ଗୁଜରାଟରେ କଂଗ୍ରେସର ବିଫଳତା ରାହୁଲଙ୍କ ପାଇଁ ସୃଷ୍ଟି କରିବ ବଡ ଚ୍ୟାଲେଞ୍ଜ

– ମାତ୍ର ୬ଟି ରାଜ୍ୟରେ କ୍ଷମତାରେ ରହିଛି କଂଗ୍ରେସ, ସାରା ଦେଶରେ ସଂଗଠନକୁ ମଜବୁତ କରିବା ସହ ଦଳ ଉପରେ ନିୟନ୍ତ୍ରଣ, ରାହୁଲଙ୍କ ପାଇଁ ଆହ୍ୱାନ

– ବିଜେପିକୁ ଚ୍ୟାଲେଞ୍ଜ କରିବାକୁ ଅନ୍ୟ ଦଳଙ୍କ ସହ ମେଂଟ ସମ୍ଭାବନା ପାଇଁ ଖୋଜିବାକୁ ହେବ ରାସ୍ତା
– ଆସନ୍ତା ବର୍ଷ ୮ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ ରାହୁଲଙ୍କ ନେତୃତ୍ୱର ପରୀକ୍ଷା

– ଅଧ୍ୟକ୍ଷ ହେବା ପରେ ରାହୁଲଙ୍କ ଉପରେ ଶାଣିତ ହୋଇପାରେ ବିଜେପିର ଆକ୍ରମଣ

– ରାଜନେତା ଭାବେ ନିଜର ନନ୍ ସିରିୟସ ଛବିକୁ ସଜାଡିବା ହେବ ରାହୁଲଙ୍କ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ