ମଧ୍ୟପ୍ରଦେଶ ମନ୍ଦସୌର ଘଟଣାରେ ଗିରଫ ପରେ ଜାମିନରେ ମୁକୁଳିଲେ ରାହୁଲ ଗାନ୍ଧି !

20

କନକ ବ୍ୟୁରୋ : ମଧ୍ୟପ୍ରଦେଶ ମନ୍ଦସୌର ଘଟଣାରେ ଗିରଫ ପରେ ଜାମିନରେ ମୁକୁଳିଲେ ରାହୁଲ ଗାନ୍ଧି । ପରେ କଂଗ୍ରେସ ଉପାଧ୍ୟକ୍ଷ ରାଜସ୍ଥାନ ସୀମାରେ ପୀଡିତ କୃଷକଙ୍କୁ ଭେଟିଛନ୍ତି । ଜଣେ ଭାରତୀୟ ନାଗରିକ ହୋଇଥିବାରୁ ସେ ସବୁ ପ୍ରଦେଶ ଯିବା ଅଧିକାର ଅଛି । ହେଲେ ବିଜେପି ସରକାର କାହିଁକି ମଧ୍ୟପ୍ରଦେଶ ଗସ୍ତକୁ ବିରୋଧ କରୁଛନ୍ତି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି ।

ମୃତ ଚାଷୀଙ୍କ ପରିବାରକୁ ଭେଟିବାକୁ ମନ୍ଦସୌର ଯାଉଥିବା ସମୟରେ ନିମଚରେ ତାଙ୍କୁ ଗିରଫ କରିଥିଲା ନୟାଗ୍ରାମ ପୁଲିସ । ଗିରଫ ପରେ ରାହୁଲ କହିଛନ୍ତି, ମୋଦି ସରକାର ଚାଷୀଙ୍କ ଋଣ ଛାଡ କରିବା ବଦଳରେ ହତ୍ୟା କରୁଛନ୍ତି । ମନ୍ଦସୌରରେ ଉପୁଜିଥିବା ପରିସ୍ଥିତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ଦାୟୀ କରିଛନ୍ତି କଂଗ୍ରେସ ଉପସଭାପତି ।