କଂଗ୍ରେସର ମଙ୍ଗ ଧରିବେ ରାହୁଲ ଗାନ୍ଧି : ଅକ୍ଟୋବରରେ ଅଧ୍ୟକ୍ଷ ପଦ ସମ୍ଭାଳିବା ନେଇ ସୂଚନା

22

କନକ ବ୍ୟୁରୋ : କଂଗ୍ରେସରେ ବଡ଼ଧରଣର ପରିବର୍ତ୍ତନ । ଅକ୍ଟୋବରରେ କଂଗ୍ରେସର ମଙ୍ଗ ଧରିପାରନ୍ତି କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧୀ । ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ପରେ ରାହୁଲ ଗାନ୍ଧୀକୁ ଅଧ୍ୟକ୍ଷ ପଦ ମିଳିବା ନେଇ ଦୀର୍ଘ ଦିନ ଧରି ଚର୍ଚ୍ଚା ଚାଲିଥିଲା । ତେବେ ଏଥିପାଇଁ ଏବେ ସମୟ ଧାର୍ଯ୍ୟ କରାଯାଇଥିବା ସୂଚନା ମିଳିଛି ।

ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ଅଧ୍ୟକ୍ଷ ପଦ ଦେବା ପାଇଁ ଗତ ବର୍ଷ ନଭେମ୍ବରରେ ଆୟୋଜିତ ହୋଇଥିବା କଂଗ୍ରେସ କାର୍ଯ୍ୟ ସମିତି ବୈଠକରେ ସମସ୍ତେ ଏକମତ ହୋଇଥିଲେ । ଅକ୍ଟୋବର ୧୬ରୁ ୩୦ ମଧ୍ୟରେ ହେବାକୁ ଥିବା କଂଗ୍ରେସର ସାଂଗଠନିକ ନିର୍ବାଚନ ସମୟରେ ସୋନିଆ ଗାନ୍ଧୀ ଅଧ୍ୟକ୍ଷା ପଦ ଛାଡିବେ ଓ ରାହୁଲ ଗାନ୍ଧୀ କଂଗ୍ରେସର ମଙ୍ଗ ଧରିପାରନ୍ତି ବୋଲି ସୂଚନା ମିଳିଛି । ମଙ୍ଗଳବାର ଦିନ ହୋଇଥିବା ସିଡବ୍ଲୁସି ବୈଠକରେ ଏପରି ନିଷ୍ପତି ନିଆଯାଇଥିବା ସୂଚନା ମିଳିଛି । ଗାନ୍ଧୀ ପରିବାରରୁ ପଂଚମ ବ୍ୟକ୍ତି ଭାବେ ରାହୁଲଙ୍କ ହାତକୁ ଯିବ କଂଗ୍ରେସର ଲଗାମ ।