ୟୁପିରେ ନୁହେଁ ସାରା ଦେଶରେ ପ୍ରିୟଙ୍କାଙ୍କ ରହିବ ପ୍ରଭାବ । ଇନ୍ଦିରାଙ୍କୁ ମୋଦିଙ୍କ ସହ ତୁଳନା କରିବା ହିଁ ମୁର୍ଖାମୀ : ରାହୁଲ ଗାନ୍ଧି

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆକ୍ରମଣାତ୍ମକ ହୋଇପଡିଛନ୍ତି

129

କନକ ବ୍ୟୁରୋ : ସାଧାରଣ ନିର୍ବାଚନକୁ ମାତ୍ର ଆଉ କିଛି ଦିନ ବାକି ରହିଥିବା ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆକ୍ରମଣାତ୍ମକ ହୋଇପଡିଛନ୍ତି । ପ୍ରତ୍ୟେକ ସମୟରେ ମୋଦି ସରକାର ଓ ବିଜେପିକୁ ସମାଲୋଚନ ବି କରୁଛନ୍ତି । ଗତ କିଛି ଦିନ ହେବ ରାହୁଲ ଗାନ୍ଧୀ ମାଷ୍ଟରଷ୍ଟ୍ରୋକ ମାରିଛନ୍ତି । ଅନେକ ସ୍ଥାନରେ ରାଲିର ଆୟୋଜନ କରିବା ସହ ଲୋକମାନଙ୍କୁ ନିଜ ଦଳ ପାଇଁ ଆକର୍ଷିତ କରିବା ଲାଗି ବିଭିନ୍ନ ପ୍ରକାର ଯୋଜନା ଘୋଷଣା କରିବାଠାରୁ ଆରମ୍ଭ କରି ନିଜ ଭଉଣୀ ପ୍ରିୟଙ୍କାଙ୍କୁ ରାଜନୀତିରେ ପ୍ରବେଶ କରାଇବା ଆଦି ।

ଏହାସହ ରାହୁଲ କହିଛନ୍ତି ଯେ, କେବଳ ଉତ୍ତରପୂର୍ବ ନୁହେଁ ସାରା ଦେଶରେ ପ୍ରିୟଙ୍କା ଗାନ୍ଧିଙ୍କ ଅବଦାନ ରହିବ । ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତ ଦେବା ବେଳେ ରାହୁଲ ଆଗାମୀ ସାଧାରଣ ନିର୍ବାଚନ ସହ ଅନ୍ତରୀଣ ବଜେଟ ସମ୍ପର୍କରେ ବି ଅନେକ କଥା କହିଛନ୍ତି । ରାହୁଲ କହିୁଛନ୍ତି ଯେ, ବର୍ତମାନ ସମୟରେ ପ୍ରିୟଙ୍କା କଂଗ୍ରେସର ମହାସଚିବ ଅଛନ୍ତି । ତେଣୁ ତାଙ୍କର ଅବଦାନ ସାରା ଦେଶରେ ରହିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୋର ଲକ୍ଷ୍ୟ ପୂର୍ବ ଭାରତରେ କିପରି ଭାବରେ କଂଗ୍ରେସ ସରକାର କରିବ । ଏଥି ପାଇଁ ଅନେକ ପରିଶ୍ରମ ମଧ୍ୟ ଆମମାନଙ୍କୁ କରିବା ପାଇଁ ପଡିବ ବୋଲି ରାହୁଲ କହିଛନ୍ତି ।

Priyanka_Gandhi
image courtesy-http://images.newindianexpress.com

ସମାଜ ବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ମେଣ୍ଟ କରିବା ପରେ ୟୁପିରେ କଂଗ୍ରେସ ଏକାକୀ ଲଢିବ ବୋଲି ନିଷ୍ପତ୍ତି ନେଇଛି । ତେଣୁ ଯେ କୌଣସି ପରିସ୍ଥିତିରେ ବି ସେଠାରେ ବିଜୟ ହେବା ପାଇଁ କଂଗ୍ରେସ ଉଦ୍ୟମ କରିବ ବୋଲି ଜଣାପଡିଛି । ତେବେ ରାମ ମନ୍ଦିର ସମ୍ପର୍କରେ ସେ କହିଛନ୍ତି ଯେ, ଆମେ ସମ୍ବିଧାନକୁ ସମ୍ମାନ ଦେଉ । ବର୍ତମାନ ସେହି ମାମଲା କୋର୍ଟରେ ରହିଛି । ତେଣୁ ଏ ସମ୍ପର୍କରେ ବର୍ତମାନ ସମୟରେ କୌଣସି ଟିପ୍ପଣୀ ଦେବା ଉଛିତ ହେବ ନାହିଁ ବୋଲି ରାହୁଲ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୋର ଦୀର୍ଘ ୧୫ ବର୍ଷ ରାଜନୈତିକ କ୍ୟାରିୟରରେ ଦେଖିନାହିଁ କି ଜଣେ ପ୍ରଧାନମନ୍ତ୍ରୀଙ୍କ ବିପକ୍ଷରେ ଏତେ ବିରୋଧୀ ଦଳ ଏକତ୍ରୀତ ହେବା । ଥଟ୍ଟା କରିବାର ଗୋଟିଏ ସୀମା ଥାଏ । କିନ୍ତୁ ମୋଦି ସରକାର ତାହାକୁ ପାର କିଦେଇଛନ୍ତି । ପ୍ରତ୍ୟେକ ଦିନ ଚାଷୀମାନଙ୍କୁ ମାତ୍ର ୧୭ ଟଙ୍କା ଦେବା ଏକ ପ୍ରହସନ । କଂଗ୍ରେସ ଯେଉଁ ରାଜ୍ୟରେ ବି ସରକାର କରିଛି ସେଠାରେ କୃଷିଋଣ ଛାଡ କରିଛି । ଲୋକମାନେ ଏବେ କଂଗ୍ରେସ ଉପରେ ଭରଷା କରିବା ପାଇଁ ଲାଗିଲେଣି ।

Source:India Today

ତେଣୁ ଆଗାମୀ ଦିନରେ ତାହା ନିଶ୍ଚତ ରୂପେ ଦେଖିବା ପାଇଁ ପଡିବ ବୋଲି ସେ ଶ୍ରୀଗାନ୍ଧି କହିଛନ୍ତି । ରାହୁଲ ଏହା ମଧ୍ୟ କହିଛନ୍ତି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସହ ବର୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୁଳନା କଲେ ତାହା ଇନ୍ଦିରାଙ୍କ ପାଇଁ ଅସମ୍ମାନ ବୋଲି ସେ କହିଛନ୍ତି । ମୋ ଜେଜେ ମା’ ଗରୀବଙ୍କ ପାଇଁ କାମ କରୁଥିଲେ । କିନ୍ତୁ ମୋଦି ସରକାରଙ୍କ ହୃଦୟରେ ଗରିବଙ୍କ ପାଇଁ କୌଣସି ସ୍ଥାନ ନଥିବା ସେ କହିଛନ୍ତି ।