ଷଷ୍ଠ ଦିନରେ ‘ଚକଲେଟ୍ ଅଲରାଉଣ୍ଡର’ ପ୍ରତିଯୋଗିତା ! ରାଜା ବଗିଚା ସିଟି କଲେଜରେ ଅନୁଷ୍ଠିତ ହେଲା ସ୍ୱତନ୍ତ୍ର କାର୍ଯ୍ୟକ୍ରମ ।

48

ଓଡିଶାର ନିଜର ପ୍ରଥମ ଘରୋଇ ଏଫ.ଏମ୍ ଚ୍ୟାନେଲ ରେଡିଓ ଚକଲେଟ୍ ତରଫରୁ ଆରମ୍ଭ ହୋଇଥିବା ଚକଲେଟ୍ ଅଲରାଉଣ୍ଡର ପ୍ରତିଯୋଗିତାର ଆଜି ଥିଲା ଷଷ୍ଠ ଦିନ । ଷଷ୍ଠ ଦିନରେ ରାଜା ବଗିଚା ସିଟି କଲେଜର ପ୍ରାୟ ୫୦୦ ଜଣ ଛାତ୍ରଛାତ୍ରୀ ନାଚ, ଗୀତ, କମେଡି, ଷ୍ଟୋରି ଟେଲିଙ୍ଗ ଆଦି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ଏହା ସହ ଅନେକ ଛାତ୍ରଛାତ୍ରୀ ରେଡିଓ ଚକଲେଟର ମୋବାଇଲ୍ ଷ୍ଟୁଡିଓରେ ନିଜର ଅନୁଭୂତି ବଖାଣିଥିଲେ ।

କାର୍ଯ୍ୟକ୍ରମକୁ ଆର.ଜେ ଅନିଲ୍, ଆର୍ ଜେ ନିଭି ମଞ୍ଚରେ ପରିଚାଳନା କରିଥିବା ବେଳେ ମାନସ ପଢିଆରୀ, ଶ୍ରୀକାନ୍ତ ପଣ୍ଡା, ବେଦ ପ୍ରକାଶ, ସୁବ୍ରତ ସ୍ୱାଇଁ ତାପସ ଏବଂ ଅରୁଣ ସହଯୋଗ କରିଥିଲେ । ଓଡିଶାର ବିଶିଷ୍ଟ ଗାୟିକା ପ୍ରଜ୍ଞା ହୋତାଙ୍କ ମିଠା ମିଠା ଗୀତ ଛାତ୍ରଛାତ୍ରୀମାନଙ୍କୁ ଆମୋଦିତ କରିଥିଲା । ତେବେ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତା ଗୁଡିକରେ ବିଜୟଲକ୍ଷ୍ମୀ ସାହୁ, ସୁଧାଂଶୁ ଶେଖର ବେହେରା ଓ ସମୀର ଶେଖର ସିଂ ଫାଇନାଲକୁ ଆସି ଟେକ୍ନୋ ଓ ଓରାଇମୋର ମୁଖ୍ୟଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ ।

ଏହି ଇଭେଣ୍ଟରେ ପ୍ରଯୋଜକ ଥିଲେ ଅମୃତ ୱାଟର , ଟେକ୍ନୋ ମୋବାଇଲ୍ସ, ଓରାଇମୋ, ଏଲଆଇସି, ଲକ୍ଷ୍ମୀ ମୋବାଇଲ, ରାପିଡୋ ବାଇକ ଟ୍ୟାକ୍ସି, ଏସବିଆଇ, ସଫଲ ହ୍ୱାଟ୍ସ କୁକୁଙ୍ଗ ଓ ମିଡିଆ ପାର୍ଟନ ସମ୍ବାଦ, କନକ ନ୍ୟୁଜ, ଓଡିଶା ସନଟାଇମ୍ସ ଓ ଆଉଟଡୋର ପାର୍ଟନର ହିନ୍ଦୁସ୍ତାନ ଆର୍ଡଭଟାଇଜିଙ୍ଗ ଏଜେନ୍ସି । ଏହାପରେ ହାଇଟେକ କଲେଜ, କେ.ଏମ.ବି.ବି ଇଞ୍ଜିନିୟରିଂ କଲେଜ ଏବଂ କିଟ କଲେଜରେ ଏହି ଚକଲେଟ ଅଲରାଉଣ୍ଡରର ପ୍ରତିଯୋଗୀତା ଅନୁଷ୍ଠିତ ହେବ ବୋଲି ରେଡିଓ ଚକଲେଟ ତରଫରୁ ସୂଚନା ମିଳିଛି ।