ବାବାଙ୍କ ବିରୁଦ୍ଧରେ ବାବାଙ୍କ ଅଭିଯୋଗ : ସମ୍ବଲପୁର ରାଧାମଦନ ଗୋପାଳ ମନ୍ଦିରର ଆଉ ଏକ ବିବାଦ

32

ସମ୍ବଲପୁର : ବାବାଙ୍କ ବିରୁଦ୍ଧରେ ବାବାଙ୍କ ଅଭିଯୋଗ, ତାହାପୁଣି ସଂଗିନ ଅଭିଯୋଗ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ସହରରେ । ସବୁବେଳେ ବିବାଦରେ ରହି ଆସୁଥିବା ରାଧାମଦନ ଗୋପାଳ ମନ୍ଦିରର ଆଉ ଏକ ବିବାଦ । ପ୍ରଥମେ ଏସପି ତାପରେ ଡିଆଇଜି ,ଏବେ ଗଣମାଧ୍ୟମ ସମ୍ମୁଖରେ ବିବାଦ ଓ ଘଟଣାବଳୀ କହୁଛନ୍ତି ବାବାମାନେ । ମନ୍ଦିରକୁ ନେଇ ଜ୍ୟୋତି ମହାରାଜଙ୍କ ଗୋଟିଏ ଗୋଷ୍ଠୀ ଥିବା ବେଳେ ଅନ୍ୟଏକ ଗୋଷ୍ଠୀ ତଥା ବର୍ତ୍ତମାନ ମନ୍ଦିର ପରିଚାଳନା କରୁଥିବା ବାବାମାନେ ଜ୍ୟୋତି ମହାରାଜଙ୍କ ନାମରେ ଆଣିଛନ୍ତି ସଂଗିନ ଅଭିଯୋଗ । ଜ୍ୟୋତି ମହାରାଜ ତାଙ୍କର କିଛି ସାଥୀ ମନ୍ଦିର ଭିତରେ ବିଭିନ୍ନ ଅସାଧୁ କାର୍ଯ୍ୟ କରିବା ସହିତ ବିଭିନ୍ନ ମହିଳା ଭକ୍ତଙ୍କ ସହ ଯୌନ ସମ୍ପର୍କ ରଖୁଥିବା ଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ବାବା ସଜ୍ଜନ ଦାସ । ଏମିତିକି ଗତ ବର୍ଷ ରଥଯାତ୍ରା ପରେ ବୁର୍ଲାର ଜଣେ ମହିଳା ଜ୍ୟୋତି ମହାରାଜଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ । ଏହି ଘଟଣାକୁ ନେଇ ବିଭିନ୍ନ ଅଶାନ୍ତି ବାତାବରଣ ସୃଷ୍ଟି ହେବା ସହ ଜ୍ୟୋତି ମହାରାଜଙ୍କ ଠାରୁ ମନ୍ଦିର ପରିଚାଳନା ଦାୟିତ୍ୱ ବାବା ସଜ୍ଜନ ଦାସଙ୍କ ହସ୍ତାନ୍ତର କରାଯାଇଥିଲା । ଏହାସହ ବିବାଦୀୟ ଜ୍ୟୋତି ବାବା ଅନ୍ୟ ବାବାଙ୍କୁ ହତ୍ୟା ଧମକ ଦେଉଥିବା ଅଭିଯୋଗ ହୋଇଛି । ଧନୁପାଲି ପୁଲିସ ଏହି ଘଟଣାରେ ଆଜି ଉଭୟ ଗୋଷ୍ଠୀଙ୍କ ସହ ଆଲୋଚନା କରିଛନ୍ତି ।