ମହାପ୍ରଭୁ ଜଗନ୍ନାଥଙ୍କ ସେବାପୂଜା ପାଇଁ ମାସକୁ କେତେ ଟଙ୍କା ପାଉଣା ନେଇଥାନ୍ତି ସେବାୟତ ! ପୂରା ତଥ୍ୟ ଜାଣିଲେ ଆଶ୍ଚର୍ଯ୍ୟ ହେବେ

63

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିରରେ ସେବାପୂଜା କରୁଥିବା ସେବାୟତଙ୍କୁ ମିଳୁଛି ପାଉଣା । ପାଳିଆ ସେବାୟତଙ୍କୁ ଦୈନିକ ପାଳିଆ ପୁରସ୍କାର ଯୋଗାଇ ଦେଉଛି ଶ୍ରୀମନ୍ଦିର ପ୍ରଶାସନ । ମହାପ୍ରଭୁଙ୍କ ନୀତିକାନ୍ତିରେ ନିୟୋଜିତ ଭିନ୍ନଭିନ୍ନ ବର୍ଗର ସେବାୟତଙ୍କ ପାଇଁ ରହିଛି ଅଲଗା ଅଲଗା ପାଉଣା । ଯେଉଁଥିପାଇଁ ସେମାନଙ୍କୁ ଆୟକର ମଧ୍ୟ ଦେବାକୁ ପଡିନଥାଏ । ସାଧାରଣ ଦିନରେ ୧୨୦ରୁ ଅଧିକ ସେବାୟତ ନିୟୋଜିତ ହେଉଥିବାବେଳେ ସ୍ୱତନ୍ତ୍ର ଦିନରେ ଆହୁରି ଅଧିକ ସେବାୟତ ନୀତିକାନ୍ତି କରିଥାନ୍ତି । ଆଉ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ସେବାୟତମାନଙ୍କ ପାଉଣା ବାବଦରେ ବର୍ଷକୁ ଖର୍ଚ୍ଚ ହେଉଛି ସାଢେ ୫ କୋଟି ଟଙ୍କା ।

କୋଟିକୋଟି ଓଡିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବାପୂଜା ଓ ନୀତିକାନ୍ତି ବିଶ୍ୱରେ ଯେକୌଣସି ମନ୍ଦିରଠାରୁ ଭିନ୍ନ । ୬୦ ପଉଠି ଭୋଗ ଲାଗି ହେଉଥିବା କାଳିଆ ଠାକୁରଙ୍କ ସେବାରେ ସାଧାରଣ ଦିନ ମାନଙ୍କରେ ୧୨୦ରୁ ଅଧିକ ଓ ସ୍ୱତନ୍ତ୍ର ଦିନମାନଙ୍କରେ ଏହାଠାରୁ ଢେର ଅଧିକ ସେବାୟତ ନିୟୋଜିତ ହୋଇଥାନ୍ତି । ଯେଉଁ ପାଳିଆ ସେବାୟତଙ୍କୁ ସେମାନଙ୍କ ସେବାପୂଜା ପାଇଁ ପାରିଶ୍ରମିକ ଦେଇଥାଏ ଶ୍ରୀମନ୍ଦିର ପ୍ରଶାସନ । ଏଠାରେ ଆପଣଙ୍କୁ କହିରଖିବାକୁ ଚାହିଁବୁ ଯେ, ସେବାୟତମାନେ ପାଉଥିବା ପାଉଣାକୁ ପାଳିଆ ପୁରସ୍କାର ବୋଲି କୁହାଯାଇଥାଏ । ତେବେ କେଉଁ ସେବକ କେତେ ଟଙ୍କା ପୁରସ୍କାର ପାଇଥାନ୍ତି ।

ଜଣେ ପଟ୍ଟଯୋଷୀ ମହାପାତ୍ର ସେବାୟତ ଯଦି ମାସରେ ୨୦ ଦିନ ଶ୍ରୀମନ୍ଦିରରେ ନୀତି କରନ୍ତି ତାହେଲେ ତାଙ୍କ ପାରିଶ୍ରମିକ ହେବ ୩୨ ହଜାର ଟଙ୍କା । ଠିକ ସେହିପରି ଜଣେ ପୂଜାପଣ୍ଡା ଯଦି ମାସରେ ୨୦ ଦିନ ଠାକୁରଙ୍କ ସେବାପୂଜା କରନ୍ତି ତାହାଲେ ପାଉଣା ହେବ ୩୧ ହଜାର ଟଙ୍କା । କିନ୍ତୁ ବାକି ୧୦ଦିନ ଅନ୍ୟ ପୂଜାପଣ୍ଡା ନୀତି ସଂପାଦନ କରନ୍ତି, ଯେଉଁଥିପାଇଁ ଶ୍ରୀମନ୍ଦିର ପ୍ରଶାସନରୁ ପାଉଣା ମଧ୍ୟ ନେଇଥାନ୍ତି ।

ମହାପ୍ରଭୁଙ୍କ ବିଭିନ୍ନ ନୀତି ସମୟରେ ଫୁଲ ଲାଗି କରିବା ପାଇଁ ପୁଷ୍ପାଳକ ସେବାୟତଙ୍କୁ ନିଯୁକ୍ତି ଦିଆଯାଇଛି । ଏମାନେ ଦୈନିକ ପାଳିଆ ପୁରସ୍କାର ବାବଦକୁ ୧୪ ଶହ ୫୦ ଟଙ୍କା ନେଇଥାନ୍ତି । ଏହି କ୍ରମରେ ମାସରେ ୨୦ ଦିନ କାମ କରୁଥିଲେ ୨୯ ହଜାର ଟଙ୍କା ପାରିଶ୍ରମିକ ନେଇଥାନ୍ତି ପୁଷ୍ପାଳକ । ସେହିଭଳି କୋଠଭୋଗ ପ୍ରସ୍ତୁତି ପାଇଁ ଦୈନିକ ୧ ହଜାର ଟଙ୍କା ହିସାବରେ ପ୍ରତ୍ୟେକ ମହାସୁଆର ସେବାୟତଙ୍କ ପିଛା ଶ୍ରୀମନ୍ଦିର ପ୍ରଶାସନ ମାସକୁ ଖର୍ଚ୍ଚ କରୁଛି ୩୦ ହଜାର ଟଙ୍କା ।

jagannath 3୨୦୧୫ ଏପ୍ରିଲ ୧ ତାରିଖରୁ ଏହି ପାରିଶ୍ରମିକ ବ୍ୟବସ୍ଥା କରିଥିଲା ଶ୍ରୀମନ୍ଦିର ପ୍ରଶାସନ ଏବଂ ପ୍ରତିବର୍ଷ ଏହି ରାଶିରେ ୧୦ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତି ନେଇଥିଲା । ଏବଂ ୨୦୧୬ରେ ଯେତେବେଳେ ଶ୍ରୀମନ୍ଦି ଜଗମୋହନ ମରାମତି ଆରମ୍ଭ ହେଲା ନୀତି ନିର୍ଘଂଟରେ ପରିବର୍ତନ କରାଣରୁ ଯଥା ସମୟରେ ନୀତି ଶେଷ କରୁବାକୁ ଏହି ପାଳିଆ ପୁରସ୍କାରକୁ ଦୁଇଗୁଣା କରାଯାଇଥିଲା । ତେବେ ଶ୍ରୀମନ୍ଦିର ପ୍ରଶାସନ ପାଳିଆ ସେବାୟତମାନଙ୍କୁ ଦେଇଥିବା ପାରିଶ୍ରମିକର ଦୁଇ ବର୍ଷର ହିସାବକୁ ଦେଖିଲେ । ୨୦୧୬-୧୭ରେ ଶ୍ରୀମନ୍ଦିର ପାଳିଆ ସେବାୟତମାନଙ୍କୁ ପାରିଶ୍ରମିକ ଆକାରରେ ଦିଆଯାଇଛି ୫କୋଟି ୧୩ ଲକ୍ଷ ୨୪ ହଜାର ୫ଶହ ୩୪ ଟଙ୍କା ଓ ସେହିପରି ୨୦୧୭-୧୮ ବର୍ଷରେ ଏହି ରାଶି ୫କୋଟି ୫୨ ଲକ୍ଷ ୪୯ ହଜାର ୪ଶହ ୧୩ ଟଙ୍କା ।

ବଡ ଦେଉଳ, ବଡ ଠାକୁର, ରତ୍ନ ଭଣ୍ଡାରେ ମହଣ ମହଣ ସୁନା ଅଳଙ୍କାର, ପ୍ରତିଦିନ ପ୍ରସ୍ତୁତ ହେଉଥିବା ୬୦ ପଉଠି ଭୋଗକୁ ନେଇ ଆମ ଭିତରେ ପୁରୀ ଶ୍ରୀମନ୍ଦିରକୁ ନେଇ ଯେଉଁ ଧାରଣା ରହିଛି, ସେବାପୂଜା ବାବଦକୁ ଦିଆଯାଉଥିବା ଏହି ମୋଟା ଅଂଙ୍କର ପାଉଣା ବି ଆଉଏକ ଧାରଣା ଯୋଡିଦେଇଛି ।