ନିଳାଦ୍ରୀ ବିଜେ ବିଶୃଙ୍ଖଳା ଘଟଣା : ହାଜତକୁ ଗଲେ ସେବାୟତ ରବିଦାସ

28

କନକ ବ୍ୟୁରୋ : ହାଜତକୁ ଗଲେ ସେବାୟତ ରବିଦାସ। ନିଳାଦ୍ରୀ ବିଜେରେ ବିଶୃଙ୍ଖଳାକାରୀ ସେବାୟତ ରବି ଦାସଙ୍କୁ ଦତାତୋଟ ଅଂଚଳରୁ ଗିରଫ କରିଥିଲେ ପୁରୀ ପୋଲିସ। ଦୀର୍ଘଦିନ ଧରି ଫେରାର ଥିଲେ ରବି ଦାସ। ତାଙ୍କୁ ପଳାତକ ଘୋଷଣା କରିଥିଲା ପୋଲିସ।

ଏହି ବିଶୃଙ୍ଖଳାରେ ୯ଜଣ ସେବାୟତଙ୍କୁ ପୋଲିସ ପଳାତକ ଘୋଷଣା କରିଛି। ନିଳାଦ୍ରୀବିଜେ ସମୟରେ ସେବାୟତମାନେ ହାଇକୋର୍ଟଙ୍କ ରାୟକୁ ଉଲଙ୍ଘନ କରିବା ସହ ସହ ପୁରୀ ଜିଲ୍ଲାପାଳଙ୍କୁ ର୍ଦୁବ୍ୟବହାର ପ୍ରଦର୍ଶନ କରିଥିଲେ। ଯାହାକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ଦେଖାଦେଇଥିଲା।