ରଥ ଟଣାରେ ହେଲା ବିଳମ୍ବ : ବିଶୃଙ୍ଖଳା ରୋକିବାରେ ଫେଲ ମାରିଲା ପ୍ରଶାସନ

39

ପୁରୀ ବ୍ୟୁରୋ ,କନକ ନ୍ୟୁଜ୍ : ପ୍ରଶାସନ ବ୍ୟାପକ ବ୍ୟବସ୍ଥା କରିଥିଲା । କିନ୍ତୁ ବିଶୃଙ୍ଖଳା ରୋକିବାରେ ଫେଲ ମାରିଲା । ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା, ଯାହା ଉପରେ ସାରା ଦୁନିଆ ନଜର ରଖିଥିଲା, ହେଲେ ଶୃଙ୍ଖଳା ସହ ରଥ ଟଣା ହୋଇ ପାରିଲାନି । ନିର୍ଦ୍ଧାରିତ ସ୍ଥାନରେ ଗତକାଲି ପହଁଚି ପାରିଲାନି ରଥ । ରଥ ଟଣାରେ ବିଳମ୍ବ ହେଲା । ଏଥିପାଇଁ ବହୁ ପଛରେ ରହିଗଲେ ଶ୍ରୀଜିଉ । ଏହି ଘଟଣା ଶ୍ରଦ୍ଧାଳୁଙ୍କ ଭାବାବେଗକୁ ବେଶ ବାଧିଛି । ଏବେ ପ୍ରଶ୍ନ ଉଠୁଛି ଏହି ବିଭ୍ରାଟ ପାଇଁ ଦାୟୀ କିଏ ରହିବ? କାହା ଯୋଗୁଁ ଏଭଳି ଘଟଣା ଘଟିଲା? ରଥ ଟଣାରେ ବିଭ୍ରାଟ ଓ ବିଶୃଙ୍ଖଳା ଘଟାଇବାକୁ ପୂର୍ବରୁ ଚେତାବନୀ ଦେଇଥିଲେ ଯୁବ ଦଇତାପତି । କରାଳ ଚନ୍ଦନ ଭାଗବଂଟାକୁ ନେଇ ଯେଉଁ କନ୍ଦଳ ହୋଇଥିଲା, ତାହାର ପ୍ରଭାବ ପଡିଥିଲା କି ରଥ ଟଣାରେ? ଏଭଳି ବହୁ ପ୍ରଶ୍ନ ଏବେ ସମସ୍ତଙ୍କ ମନକୁ ଆନ୍ଦୋଳିତ କରିଛି ।