ଆଗକୁ ଘୋଷ ଯାତ୍ରା : ଆଗେଇ ଚାଲିଛି ଶ୍ରୀଜିଉଙ୍କ ରଥକାମ

18

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ଆଗେଇ ଚାଲିଛି ଶ୍ରୀଜିଉଙ୍କ ରଥ କାମ । ତିନି ରଥର ସମସ୍ତ ଚକ ଡେରା ହୋଇଛି । ନନ୍ଦିଘୋଷ ରଥର ଷୋହଳ ଚକ, ଦର୍ପଦଳନ ରଥର ବାର ଚକ, ତାଳଦ୍ୱଜ ରଥର ଚଉଦଟି ଚକର ନିର୍ମାଣ ଏବଂ ଡେରା କାମ ଶେଷ ହେଲା ପରେ ଆଜି ଚକ ଅଖ ଉପରେ ୩ ରଥର ୨୫ ଦଣ୍ଡା ପଡଛି ।