ପୁରୀ ହିଂସାକାଣ୍ଡ ନେଇ ପୁଲିସର କଡ଼ା କାର୍ଯ୍ୟାନୁଷ୍ଠାନ! ତୁଙ୍ଗ ନେତାଙ୍କ ବିରୋଧରେ ରୁଜୁ ହେଲା ସଙ୍ଗୀନ ମାମଲା, ୪୦ରେ ପହଞ୍ଚିଲା ଗିରଫଦାରୀ

33

କନକ ବ୍ୟୁରୋ : ପୁରୀ ହିଂସାକାଣ୍ଡ ଘଟଣାରେ ଆଜି ଆଉ ୧୯ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ସମସ୍ତେ ପୁରୀର ସ୍ଥାନୀୟ ବ୍ୟବସାୟୀ ବୋଲି ପୋଲିସ କହିଛି । ଏହାକୁ ମିଶାଇ ଗିରଫଙ୍କ ସଂଖ୍ୟା ୪୦ରେ ପହଁଚିଛି । ସେପଟେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଘର ଉପରକୁ ଆକ୍ରମଣ ଘଟଣାରେ ଜଣେ ହାବିଲଦାରଙ୍କ ସମେତ ୪ କନେଷ୍ଟବଳଙ୍କୁ ନିଲମ୍ବିତ କରାଯାଇଛି । ଏହାରି ଭିତରେ ପୁରୀର କିଛି ନେତା ମାନଙ୍କ ନାଁରେ ମାମଲା ରୁଜୁ କରି ସଂଗୀନ ଦଫା ଲଗାଇଛି ପୁୁରୀ ପୋଲିସ । ସିସିଟିଭି ଫୁଟେଜ ଯାଂଚ୍ କରାଯାଇ, ଅନ୍ୟମାନଙ୍କୁ ଚିହ୍ନଟ କରାଯାଉଥିବା ପୋଲିସ ସୂଚନା ଦେଇଛି ।

puriପୁରୀ ହିଂସାକାଣ୍ଡ ଘଟଣାରେ ନେତାଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ । ଲଗାଇଛି, ବହୁ ସଂଗୀନ ଦଫା । ଆଇପିସିର ଦଫା ୧୪୩, ୧୪୪, ୩୫୩, ୧୪୭, ୧୪୮, ୧୨୦ବି-୧, ୩୪୧, ୨୯୪, ୩୨୩, ୩୨୫, ୫୦୬, ୩୦୭, ୩୩୨, ୩୦୫ ଓ ୧୪୯ ଲାଗିଛି ସମସ୍ତ ନେତାଙ୍କ ନାଁରେ । ପୋଲିସ କହିଛି, ଧାଡି ଦର୍ଶନକୁ ବିରୋଧ କରି ପ୍ରତିବାଦ ନାଁରେ ଶ୍ରୀକ୍ଷେତ୍ରରେ ଯେଉଁ ହିଂସାକାଣ୍ଡ ଘଟିଥିଲା, ସେଥିରେ ରହିଛି ଏମାନଙ୍କ ସଂପୃକ୍ତି । ତେବେ ମାମଲା ରୁଜୁ କରିବା ପରେ ପୋଲିସ ଏବେ ସମସ୍ତଙ୍କୁ ଖୋଜୁଛି ଏବଂ ଯେକୌଣସି ସମୟରେ ଗିରଫ କରିପାରେ ବୋଲି କୁହାଯାଉଛି ।

ପୁରୀ ବିଶୃଙ୍ଖଳା ନେଇ ଆକ୍ସନ ମୁଡରେ ପୋଲିସ । ଘଟଣାରେ ପୋଲିସ ଏଯାଏଁ ୪୦ ଜଣଙ୍କୁ ବାନ୍ଧି ସାରିଲାଣି । ରବିବାର ସିଂହଦ୍ୱାର ଥାନା ପୋଲିସ ୮ଜଣ ଏବଂ ଟାଉନ୍ ଥାନା ପୋଲିସ ୧୧ ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ସମସ୍ତେ ପୁରୀ ଅଂଚଳର ସ୍ଥାନୀୟ ବ୍ୟବସାୟୀ ବୋଲି ପୋଲିସ ସୂଚନା ଦେଇଛି । ଶ୍ରୀମନ୍ଦିର ଓ ବଡଦାଣ୍ଡରେ ଲାଗିଥିବା ସିସିଟିଭି ଯାଂଚ୍ କରି ଅନ୍ୟମାନଙ୍କୁ ଚିହ୍ନଟ କରୁଛି ପୋଲିସ । ସେପଟେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଘର ଉପରକୁ ଆକ୍ରମଣ ଘଟଣାରେ ଜଣେ ହାବିଲଦାରଙ୍କ ସମେତ ୪ ଜଣ କନେଷ୍ଟବଳଙ୍କୁ ନିଲମ୍ବିତ କରାଯାଇଛି ।

ସୁପ୍ରିମକୋର୍ଟଙ୍କ ଅନ୍ତରୀଣ ଆଦେଶ ଏବଂ ଆମିକସକ୍ୟୁରୀଙ୍କ ପରାମର୍ଶରେ ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥା ଆରମ୍ଭ କରିଥିଲା ପ୍ରଶାସନ । ହେଲେ ପ୍ରତିବାଦ ନାଁରେ ଘଟିଗଲା ବଡ ଧରଣର ହିଂସାକାଣ୍ଡ । ଏବେ ଘଟଣାରେ ନେତା ଓ ସେବାୟତଙ୍କ ନାଁରେ ୧୫ଟି ମାମଲା ରୁଜୁ କରିଛି ପୋଲିସ ।