ରାଜ୍ୟ କ୍ୟାବିନେଟରେ ୪ଟି ପ୍ରସ୍ତାବକୁ ମଂଜୁରୀ : ଖଣି ଅଂଚଳ ଗାଁରେ ପହଂଚିବ ବିଶୁଦ୍ଧ ପିଇବା ପାଣି

57

କନକ ବ୍ୟୁରୋ : ରାଜ୍ୟ କ୍ୟାବିନେଟରେ ୪ଟି ପ୍ରସ୍ତାବକୁ ମଂଜୁରୀ ମିଳିଛି । ରାଜ୍ୟର ଖଣିଜ-ସଂପଦ ସମୃଦ୍ଧ ୩ଟି ଜିଲ୍ଲାର ୪ଟି ଗ୍ରାମ୍ୟ ପାଇପ୍ ଜଳଯୋଗାଣ ପ୍ରକଳ୍ପକୁ କ୍ୟାବିନେଟ୍ ମଂଜୁରୀ ଦେଇଛି । ୫୫୧ କୋଟି ଟଙ୍କା ବ୍ୟୟରେ ଯାଜପୁର, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପ ଜରିଆରେ ୨୯୩ଟି ଗ୍ରାମରେ ନିରାପଦ ପାଇପ୍ ପାଣି ଯୋଗାଇ ଦିଆଯିବ ।

ସେହିଭଳି ଚତୁର୍ଦ୍ଦଶ ଅର୍ଥ କମିଶନ ଓ ରାଜ୍ୟ ଯୋଜନା ଅର୍ଥରେ ୩୬୦ କୋଟି ଟଙ୍କା ବ୍ୟୟରେ କଟକ ଓ ଜଗତ୍ସିଂହପୁର ଜିଲ୍ଲାର କେତେକ ଅଂଚଳରେ ଲୁଣିପାଣି ପରିବର୍ତେ ଲୋକଙ୍କୁ ଶୁଦ୍ଧ ପାଣି ଯୋଗାଇ ଦିଆଯିବ । ଏହାଦ୍ୱାରା କଟକ ଓ ଜଗତ୍ସିଂହପୁରର ୪୭୩ଟି ଗ୍ରାମ ଉପକୃତ ହେବେ । ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନୁଯାୟୀ, ଲୁହାପଥର ଓ କ୍ରୋମାଇଟ୍ ଭଳି ଓଏମ୍ସି ମାଧ୍ୟମରେ ଦୀର୍ଘମିଆଦି ବକ୍ସାଇଟ୍ ସଂଯୋଗ ପାଇଁ ସୁବିଧା ଦିଆଯିବ । ଏହାଦ୍ୱାରା ଲାଂଜିଗଡ଼ରେ ଥିବା ବେଦାନ୍ତ ଆଲୁମିନା ପ୍ରକଳ୍ପର ବକ୍ସାଇଟ୍ ଚାହିଦା ମଧ୍ୟ କେତୋକାଂଶରେ ପୂରଣ ହୋଇପାରିବ ବୋଲି ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି ।